ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଜେଳରୋଡ, କେନ୍ଦୁଝରଗଡ ଠାରେ ଶିଶୁବାଟିକା ବିଭାଗର "ଘର ହିଁ ବିଦ୍ୟାଳୟ" ପରିବାର ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ଭାବରେ ଶିଶୁବାଟିକାରେ ନାମ ଲେଖାଇଥିବା ଶିଶୁଙ୍କର ପିତାମାତାମାନେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଭାବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ପ୍ରଚାରକ ତପନ କୁମାର ନାୟକ ଯୋଗ ଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରାଧ୍ୟାପିଳା ତଦାଶା ତଟିନୀ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଶିଶୁ ଶିକ୍ଷାର ଭାରତୀୟ ଏବଂ ପାଶ୍ଚାତ୍ୟ ସଂକଳନ ଓ ଏହାର ବର୍ତ୍ତମାନ ସ୍ଥିତି ତଥା ଶିଶୁର ଶାରୀରିକ ଓ ମାନସିକ ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ର

ାନାଚାର୍ଯ୍ୟ ଅଲେଖ ମହାନ୍ତ ଅତିଥିଙ୍କ ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ଦେଇଥିଲେ। ପରିଚାଳନା ସମିତିର ସଂପାଦକ ସୁଧାଂଶୁ ଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ ଓ ସଦସ୍ୟା ରଞ୍ଜିତା ପ୍ରଧାନ ଉପସ୍ଥିତ ଥିଲେ । କୁନିକୁନି ପିଲାମାନଙ୍କ ଦ୍ବାରା ସାମୂହିକ କଣ୍ଠ ସଂଗୀତ ତଥା ପାରମ୍ପରିକ ନୃତ୍ୟ ପରିବେଶଷଣ କରାଯାଇଥିଲା । ଭକ୍ତ ପ୍ରଶିକ୍ଷଣ ଶିଶୁବାଟିକା ପ୍ରମୁଖ ବିଜୟିନୀ ଦେବୀ, ମନସ୍ଵିନୀ ଦାଶ, ପ୍ରଦୀପ ଦାସ, ବିରଞ୍ଚି ନାରାୟଣ ମହାନ୍ତ, ଜ୍ୟୋତିରାଣି ପଣ୍ଡା, ପୁଷ୍ପାଞ୍ଜଳି ସାହୁ, ଆରତି ସାହୁ, ସୁଜାତାରାଣୀ ମିଶ୍ର ଓ ମୌସୁମୀ ରାଉତରାୟ ଆଦି ଗୁରୁଜୀଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଉକ୍ତ ପ୍ରଶିକ୍ଷଣରେ ୧୧୭ଜଣ ପିତାମାତା ଉପସ୍ଥିତ ଥିଲେ।

0 Comments