କେନ୍ଦୁଝର ମଣ୍ଡୁଆ ଗ୍ରାମ ନିବାସୀ ବୁଧୁ ମୁଣ୍ଡା ଅନେକ ଦିନ ହେବ ଗଳିତ କୁଷ୍ଠ ରୋଗରେ ପୀଡିତ ଥିଲେ ଏବଂ ଗତ ଶୁକ୍ରବାର ଦିନ ଏହି ରୋଗ ରେ ସେ ମୃତ୍ୟୁ ବରଣ କରିଥିଲେ।ଏହି ରୋଗ ପାଇଁ ତାଙ୍କ ଡ଼ାହାଣ ଗୋଡ଼ ଟି ତଳ ଭାଗ ରୁ ସଢି ଯାଇ ସେଥିରେ ପୋକ ହୋଇ ତାଙ୍କ ବାସସ୍ଥାନ ରେ ଏକ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା।ଏଭଳି ପରିସ୍ଥିତି ପାଇଁ ତାଙ୍କ ମୃତ ଶରୀର କୁ କେହି ହାତ ମଧ୍ୟ ଲଗାଉ ନଥିଲେ।ତାଙ୍କର ନିଜର ଛୋଟ ଛୋଟ ଛୁଆ(ପୁତୁରା , ଝିଆରୀ) ଏବଂ ବୁଢ଼ୀ ମା ଙ୍କୁ ଛାଡିଦେଲେ ଆଉ ଏ ଦୁନିଆ ରେ ତାଙ୍କର କେହି ନାହାନ୍ତି।ଏହି ସମୟ ରେ ସାହାଯ୍ୟ ର ହାତ ବଢାଇଲା ଭରସା ପରିବାର ଟ୍ରଷ୍ଟ, କେନ୍ଦୁଝର ଏବଂ ଏହି ମହତ୍ କାମ ରେ ଭରସା ପରିବାର ସହ ମଣ୍ଡୁଆ ଗ୍ରାମର ତିନି ଜଣ ଯୁବ ସମାଜସେବୀ ଯଥା ଅଂଶୁମାନ ଚକ୍ରବର୍ତ୍ତୀ , ସିଦ୍ଧାର୍ଥ ସାହୁ ଏବଂ ପ୍ରିୟା
ଂଶୁ ଶେଖର ବାରିକ ନିଜ ସାହାଯ୍ୟ ର ହାତ ମିଶାଇ ଥିଲେ ଏବଂ ମୃତ ଶରୀର କୁ ଉଦ୍ଧାର କରି ଶ୍ମଶାନ ନେବାର ବ୍ୟବସ୍ଥା କରିଥିଲେ।ଏହି ମହତ୍ କାର୍ଯ୍ୟ କୁ ସମ୍ପନ୍ନ କରିବା ପାଇଁ ଟାଉନ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ଭରସା ପରିବାର କୁ ଅନୁରୋଧ କରିଥିଲେ।ତେଣୁ ଶ୍ମଶାନ ରେ ପହଞ୍ଚିବା ପରେ ସେଠାରେ ଅନ୍ତିମ ସଂସ୍କାର ପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରି ପ୍ରସ୍ତୁତ ଥିଲେ ଭରସା ପରିବାର ଟ୍ରଷ୍ଟ ର ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତ, ଭରସା ପରିବାର ର ରକ୍ତଦାନ ବିଭାଗ ର ସଂଯୋଜକ ଶେଖ୍ ତାହିର, ଯୁବ ସମାଜସେବୀ ଶେଖର ସାମଲ , କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫାଣ୍ଡି ଅଧିକାରୀ ତଥା ଭରସା ପରିବାର ର ପ୍ରମୁଖ ସଦସ୍ୟ ରାଜେନ୍ଦ୍ର କୁମାର ସାହୁ ଏବଂ ଶ୍ମଶାନ ରକ୍ଷକ ସିଦ୍ଧେଶ୍ୱର ନାଏକ।
ଅନ୍ତିମ ସଂସ୍କାର ସରିବା ପରେ ସମସ୍ତେ ଫେରିଥିଲେ।