ଯୋଡା: ଟାଟା ଷ୍ଟିଲ ପକ୍ଷରୁ ଏକ 100-ଦିନିଆ ଯକ୍ଷ୍ମା ମୁକ୍ତ ଅଭିଯାନ ନିକଟରେ ଅନୁଷ୍ଠିତ ହୋଇଯାଇଛି I 

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶାନାମା ଆନୁକୁଲ୍ୟରେ ଖଣ୍ଡବନ୍ଧ ପାର୍ଶ୍ଵବର୍ତ୍ତୀ ଗ୍ରାମ ଗୁଡିକର ସ୍ଥାନୀୟ ବାସିନ୍ଦା ତଥା ଖଣ୍ଡବନ୍ଧ ୟୁଜିୟୁପି ସ୍କୁଲର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ I

ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ମୁଖ୍ୟଡାକ୍ତରଖାନା, ଯୋଡା ର ଅଭିଜ୍ଞ ଡାକ୍ତର ମାନେ ସମସ୍ତଙ୍କୁ ଯକ୍ଷ୍ମା ରୋଗ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ I ଏତଦବ୍ୟତୀତ, ଏହାର ମୁକାବିଲା କରି ଏହାକୁ କିପରି ରୋକ

ଯାଇ ପାରିବ ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ I

ଏହି ରୋଗ ମୂଖ୍ୟତଃ ବ୍ୟାକ୍ଟେରିଆ ଯୋଗୁଁ ବ୍ଯାପୁଥିବାରୁ ଏହାକୁ ସହଜରେ ପ୍ରତିହତ କରିହେବ ବୋଲି ଡାକ୍ତର ମାନେ କହିଥିଲେ I ଏହି ରୋଗ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରିବାକୁ କହିଥିଲେ I

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଟାଟା ଷ୍ଟିଲ ର ଅଧିକାରୀ ମାନେ ମଧ୍ୟ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରି ସହଜରେ ଆରୋଗ୍ୟ ହୋଇ ପାରୁଥିବା ଏହି ରୋଗ କୁ ମୂଳୋତ୍ପାଟନ କରିବାକୁ ଆହ୍ଵାନ ଦେଇଥିଲେ I 

ଏହି ଅଭିଯାନ ରେ ଯୋଡା, କଳମଙ୍ଗ, ଗନ୍ଧଲପଡା ଏବଂ ଆଖପାଖ ଅଞ୍ଚଳ କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି I

0 Comments