ଢ଼େଙ୍କିକୋଟ( ତପନ ବେହେରା) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ସରାସପଶି ପଞ୍ଚାୟତ ଠାରେ ଆଜି ମାଗଣା ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି l ରାଷ୍ଟ୍ରୀୟ ଗ୍ରାମୀଣ ଜନ ବିକାଶ ଯୋଜନା ଆନୁକୁଲ୍ୟରେ ଏହି ସେବା ଲୋକ ମାନଂକୁ ପ୍ରଦାନ କରାଯାଇଛି l ଉକ୍ତ ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନପୁର୍, ଗୋବରାବେଡ଼ା, ଭରାଣ୍ଡିହା, ଭାଲୁକୀ ପତଳା ଗ୍ରାମର ଅନୁନ୍ୟ ଏକ ଶହରୁ ଅଧିକ ଲୋକ ଆସି ସେମାନଙ୍କର ସ୍ବାସ୍ଥ୍ୟ ପରିକ୍ଷା କରିବା ସହିତ ବିଭିର୍ନ୍ନ ଶାରିରୀକ ସମସ୍ଯା ଉପରେ ଡାକ୍ତରଙ୍କୁ ଦେଖାଇ ଔଷଧ ନେଇଥିଲେ l ଡାକ୍ତର ଶରତ ଚନ୍ଦ୍ର ନାୟକ ରୋଗୀସେବା କରିଥିଲେ ଓ ସେ
ିଠାରେ ମାଗଣା ଔଷଧ ପ୍ରଦାନ କରାଯାଇଥିଲା l ବ୍ଲକ କୋ ଓଡ଼ିନେଟର ଚୁଡ଼ଙ୍ଗ ନାଏକ,ପପୁନ ନାୟକ,ହେମନ୍ତ ପାତ୍ର,କାହ୍ନୁ ଚରଣ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ରାଜ୍ୟ ପ୍ରୋଜେକ୍ଟ ଡାଇରେକ୍ଟର ସଂଜୟ କୁମାର ନାଏକ,ଜୋନାଲ ମ୍ୟାନେଜର ମନୋରଂଜନ ପାତ୍ର,ଜିଲ୍ଲା ମ୍ୟାନେଜର ଧିରୋଜ ନଳିନୀ ମହାନ୍ତ,ଲିଗାଲ ଆଡ଼ଭାଇଜର ରାଜିବ କୁମାର ସାହୁ, ଫିଲ୍ଡ଼ ମ୍ୟାନେଜର ପ୍ରଶାନ୍ତ ସେଠୀ, ପ୍ରମୁଖ ଯୋଗଦାନ କରିଥିଲେ l ସେହିପରି ଇତିଶ୍ରୀ ସlହୁ, ଶିବାନୀ ମୁଖି, ମଧୁସ୍ମିତା ମହାନ୍ତ, ରାଣୀ ଫାଦୁକାର ପ୍ରମୁଖ ଷ୍ଟାଫ ନର୍ସ ସ୍ବାସ୍ଥ୍ୟ ପରିକ୍ଷା ରେ ସହଯୋଗ କରିଥିଲେ l