ଢେଂକିକୋଟ- ଘଟଗାଁ ବ୍ଲକ ଅଧୀନ ଢେଂକିକୋଟ ନିକଟ ଗ୍ରାମ ଶାନ୍ତରାପୁର ଟିଂଟେଇ ଟାଙ୍ଗର ସାହି ରେଳ ଧାରଣା ରେ, ଟ୍ରେନ ଇଞ୍ଜିନ ଧକ୍କା ରେ , ଗ୍ରାମର ଆଦିବାସୀ ଯୁବତୀ ସୁନିତା ମୁଣ୍ଡା (୩୦)ଓ ଦୁଇ ଛେଳି ର ମୃତ୍ୟୁ ହୋଇଛି, ଆଜିପ୍ରତି ଦିନ ପରି ସୁନିତା ଛେଳି ଚରାଇ ବାକୁ ଟିଂଟେଇ ଟାଙ୍ଗର ସାହି ନିକଟରେ ରେଳ ଲାଇନ ନିକଟକୁ ଯାଇ ଥିଲେ, ଛେଳି ୨ ଟି ଧାରଣା ପାର ହୋଇଯିବା ବେଳେ ସୁନିତା ଫେରାଇ ଆଣୁଥିବା ବେଳେ, ଆସୁଥିବା ଇଞ୍ଜିନ ଧକ୍କା ଦେବାରୁ ଦୁଇ ଛେଳି ଓ ସୁନିତା ଛିଟିକି ପଡି, ଗୁରୁତର ହୋଇ ଥିଲ

, ଲୋକେ ଦେଖି, ସରକାରୀ ଆମ୍ବୁଲାନ୍ସ କୁ ଫୋନେରେ ଯୋଗାଯୋଗ କାଇଥିଲେ, ହେଲେ ବିଳମ୍ବ ରେ ଆମ୍ବୁଲାନ୍ସ ପହଂଚି ଥିଲା ଆମ୍ବୁଲାନ୍ସ, ସୁନିତା ଙ୍କର ମୃତ୍ୟୁ ହୋଇ ଥିବାବେଳେ ଦୁଇ ଛେଳି ମରି ଥିବା ଖବର ମିଳିଛି, ଏପରି ଘଟଣା ଘଟୁଛି ଓ ଅନେକ ସମୟ ରେ ଆମ୍ବୁଲାନ୍ସ ପାଇଁ ଆହତ ମାନଙ୍କୁ ରୋଗୀ ଙ୍କୁ ସଠିକ ସମୟ ରେ ଆମ୍ବୁଲାନ୍ସ ଆବଶ୍ୟକ ହେଉଛି, ଏଣୁ ଅଞ୍ଚଳ ବାସୀ ମାନ୍ୟବର ସାଂସଦ ଅନନ୍ତ ନାୟକ ଙ୍କୁ ଢେଂକିକୋଟ ସ୍ୱାସ୍ଥ୍ୟ କେନ୍ଦ୍ର ରେ, ଡିଏମ୍ଏଫ ଦ୍ୱାରା ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ଦାବୀ କରିଛନ୍ତି।

0 Comments