(ବ୍ୟୁରୋ)ବଡ଼ ଦିନରେ ବଡ଼ ଅଘଟଣ । ଅବତରଣ ପୂର୍ବରୁ କ୍ରାସ ହୋଇଗଲା ବିମାନ । କାଜାଖସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଅକତାଉ ଏୟାରପୋର୍ଟରେ ଜରୁରୀ ଅବତରଣ ପୂର୍ବରୁ ବିମାନଟି କ୍ରାସ ହୋଇଯାଇଛି । ଅନେକ ମୃତାହତ ନେଇ ଆଶଙ୍କା କରାଯାଉଛି ।
କାଜାଖସ୍ତାନର ଅକତାଉ ଏୟାରପୋର୍ଟରେ ବିମାନଟି କ୍ରାସ ହୋଇଛି । କାଜାଖସ୍ତାନ ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ବିମାନରେ 67 ଜଣ ଥିଲେ । 62 ଜଣ ଯାତ୍ରୀ, 5 ଜଣ କ୍ରୁ ମେମ୍ବର । ବିମାନଟି ଅଜରବୈଜାନରୁ ଋଷିଆ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ବର୍ତ୍ତମାନ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ । ଆଶଙ୍କା କରାଯାଉଛି ଅନେକ ମୃତାହତ ହୋଇଥାଇ ପାରନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
କେଉଁ କାରଣରୁ ବିମାନଟି କ୍ରାସ ହେଲା ତାହାର ମଧ୍ୟ ଯାଞ୍ଚ କରାଯାଉଛି ।
ବିମାନଟି ଜରୁରୀ ଅବତରଣ କରିବା ପୂର୍ବରୁ କ୍ରାସ ହୋଇଯାଇଥିଲା । ବିମାନ କ୍ରାସ ହେବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି କି, ଲ୍ୟାଣ୍ଡିଂ କରିବାକୁ ଯାଉଥିବା ବେଳେ ବିମାନଟି କ୍ରାସ ହୋଇ ନିଆଁ ଲାଗିଯାଉଛି । ତେବେ ଏହି ବିମାନଟି ଅଜରବୈଜାନ ଏୟାର ଲାଇନ୍ସର ବୋଲି କୁହାଯାଉଛି ।
ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ 14 ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।