ସିଓଲ: 

e: 17px;">ଦକ୍ଷିଣ କୋରିଆରେ ବିମାନ ଦୁର୍ଘଟଣା । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲାଗିଥିଲା ନିଆଁ । ଦକ୍ଷିଣ କୋରିଆର ମୁଆନ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଲ୍ୟାଣ୍ଡିଂବେଳେ ନିଆଁ ଲାଗିବାରୁ ଚାଲିଗଲା 85 ଜଣ ଯାତ୍ରୀଙ୍କ ଜୀବନ । ବିମାନରେ 180 ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ବିମାନଟି ବ୍ୟାଙ୍ଗକକରୁ ଫେରୁଥିଲେ । ଦକ୍ଷିଣ କୋରିଆ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ଲେନ୍ କ୍ରାସ ଯୋଗୁ 85 ଜଣଙ୍କ ଜୀବନ ଯାଇଛି । 28 ଜଣଙ୍କ ମୃତ୍ୟୁ ନେଇ ପ୍ରାଥମିକ ସୂଚନା ମିଳିଥିବାବେଳେ ତାହା 62କୁ ବୃଦ୍ଧି ପାଇଥିଲା । ବର୍ତ୍ତମାନ ମୃତକଙ୍କ ସଂଖ୍ୟା 85ରେ ପହଞ୍ଚିଛି । ଏହା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ଦକ୍ଷିଣ କୋରିଆ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜେଜୁ ଏୟାରର ଏହି ବିମାନଟି ଥାଇଲାଣ୍ଡର ବ୍ୟାଙ୍ଗକକରୁ ଉଡାଣ ହରିଥିଲା । ବିମାନ ବନ୍ଦରର ଜଣେ ଅଧିକାରୀ ଅନ୍ତର୍ଜାତୀୟ ଗଣମାଧ୍ୟମ ଏଜେନ୍ସି ରଏଟର୍ସକୁ ସୂଚନା ଦେଇ କହିଛନ୍ତି, "ଲ୍ୟାଣ୍ଡିଂବେଳେ ଏହି ଦୁର୍ଘଟଣା ଘଟିଛି। " ସେପଟେ ୟୋନହାପ ରିପୋର୍ଟ ଅନୁସାରେ, ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ତେବେ ବିମାନରେ କୌଣସି ପକ୍ଷୀ ମାଡ଼ ହୋଇଯିବାରୁ ଏପରି ତ୍ରୁଟି ଦେଖାଯାଇଥିବା ସନ୍ଦେହ କରାଯାଉଛି ।

ନ୍ୟାସନାଲ ଫାୟାର ଏଜେନ୍ସିର ସୂଚନା ଅନୁସାରେ, ଏୟାରପୋର୍ଟରେ ଅବତରଣବେଳେ ଫ୍ରଣ୍ଟଲାଇନ ଗିୟର କାମ କରିବା ବନ୍ଦ କରିଦେଇଥିଲା। ଫଳରେ ବିମାନଟି କଂକ୍ରିଟରେ ମାଡ଼ ହୋଇଥିଲା । ତେଣୁ ବିମାନ ଜଳିଯାଇଥିବାବେଳେ 85 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

0 Comments