କେନ୍ଦୁଝର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆଜି ବିଜେପି ଜିଲ୍ଳା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଶ୍ରୀ ଭାଗିରଥି ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଧାନ କୁଇଣ୍ଟାଲ ୩୧୦୦ ଟଙ୍କା କରିବା, ୫୮ ଟି ସବ୍ଡ଼ିଭିଜନ ରେ ଶୀତଳଭଣ୍ଡାର କରିବା, ଓ ସମସ୍ତ ବ୍ଲକରେ ପନିପରିବା ମଣ୍ଡି ଖୋଲିବା ପାଇଁ ଚଳିତ ବିଧାନସଭା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଜେଟ ରେ ଅର୍ଥ ବରାଦ କରିଥିବାରୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟମନ୍ତ୍ରୀ କୁଂ ଧନ୍ୟବାଦ ପ୍ରଦାନ କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ। ଓଡ଼ିଶାର ଚାଷୀ ମାନଙ୍କୁ ସମୃଦ୍ଧ କରିବା ସହିତ ଆୟ କୁ ଦୁଇ ଗୁଣା କରିବା ପାଇଁ ବିଜେପି ସରକାର ଆ

ଗାମୀ ଦିନ ମାନଙ୍କରେ ବ୍ୟାପକ କୃଷକ କଲ୍ୟାଣ ଯୋଜନା ମାଧ୍ୟମରେ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ।

କେନ୍ଦୁଝର ଜିଲ୍ଲା ରେ ବିଜେପି ର ସଂଗଠନ କୁ ସର୍ବ ବ୍ୟାପୀ ଓ ସର୍ବ ସ୍ପର୍ଶୀ କରିବା ପାଇଁ ସଦସ୍ୟତା ଅଭିଯାନ କୁ କୃଷକ ମୋର୍ଚ୍ଚା ସକ୍ରିୟତା ସହିତ କାମକରିବା ସହିତ ଘରକୁ ଘର ଯାଇ ସଦସ୍ୟତା କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା। ଏହି କାର୍ଯ୍ୟକ୍ରମରେ ବିଜେପି ର ବରିଷ୍ଠ ନେତା ଶ୍ରୀ ରାଧାକାନ୍ତ ମହାନ୍ତ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ, ରାଜ୍ୟ ସଂଯୋଜକ ଶ୍ରୀ ସନ୍ତୋଷ କୁମାର ବିଶ୍ବାଳ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀଧର ସାହୁ ଓ ଶକଂର୍ଶଣ ଜେନା, ଶ୍ରୀନିବାସ ପ୍ରଧାନ, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ରାଜେଶ କୁମାର ସିଂହ, ଯୁଧିଷ୍ଠିର ମଲ୍ଲିକ ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।

0 Comments