କେନ୍ଦୁଝର- ସାରା ଭାରତରେ ଆରମ୍ଭ ହୋଇଛି ବିଜେପି ର ସଦସ୍ୟତା ଅଭିଯାନ। ପ୍ରଧାନମନ୍ତ୍ରୀଙ୍କ ସଦସ୍ୟତା ଗ୍ରହଣ ପରେ ଓଡିଶା ପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ସଦସ୍ୟତା କରାଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେହିପରି କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ରେ କିଭଳି ସଦସ୍ୟତା ଅଭିଯାନ ର ରୂପରେଖ ରହିବ ଏବଂ ତୃଣମୂଳ ସ୍ତରରୁ ସଂଗଠନ କୁ ମଜବୁତ କରାଯିବ ସେନେଇ ସୂଚନା ଦେଲେ ସାଂସଦ ଅନନ୍ତ ନାୟକ। ଜିଲ୍ଲା ର ପ୍ରତି ବୁଥ୍ ରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ କିଭଳି ସଦସ୍ୟତା କାର୍ଯ୍ୟକ୍ରମ କୁ ସଫଳ କରାଯିବ ସେସମ୍ବନ୍ଧରେ ବୁଥ୍ କମିଟି ରୁ ଜିଲ୍ଲା କମିଟି ର ଏକ କର୍ମଶାଳା ହୋଇଯାଇଥିବା କହିଛନ୍ତି ସାଂସଦ ଅନନ୍ତ ନାୟକ। ବର

୍ତ୍ତମାନ ବିଜେପି ସର୍ବାଧିକ ସଦସ୍ୟତା ବିଶିଷ୍ଟ ରାଜନୈତିକ ଦଳର ହୋଇସାରିଛି। ପୂର୍ବ ସଦସ୍ୟତା କାର୍ଯ୍ୟକ୍ରମ ରେ ଦଳ ଓଡିଶା ରେ ୪୦ଲକ୍ଷ ରୁ ଉର୍ଦ୍ଧ ସଦସ୍ୟ କରି ରାଜ୍ୟରେ ସରକାର ଗଢିବାରେ ସଫଳ ହୋଇପାରିଛି, ତେଣୁ ବିଜେପି ରେ ସଦସ୍ୟତା ହିଁ ସଂଗଠନ ବୋଲି କହିଛନ୍ତି ସାଂସଦ ଅନନ୍ତ ନାୟକ। ଜିଲ୍ଲାରେ ସଂଗଠନ ର ସଦସ୍ୟତା ପ୍ରଥମ ପର୍ଯ୍ୟାୟରେ  ଗତ ୨ ତାରିଖର ଠାରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ରେ ଅକ୍ଟୋବର ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ସାଂସଦ ଙ୍କ ସହିତ ବିଜେପି କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ମହେଶ୍ୱର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

0 Comments