ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଓଡ଼ିଆ ବିଭାଗ, ଧରଣୀଧର ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ  "ବିଶ୍ବାୟନରେ ଓଡ଼ିଆ ଭାଗବତର ଭୂମିକା" ବିଷୟ ଆଧାରରେ ଏକ ପତ୍ରବାଚନ ଓଡ଼ିଆ ବିଭାଗ ଠାରେ ଆୟୋଜିତ ହୋଇଯାଇଅଛି । ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କେନ୍ଦୁଝର ଶାଖାର ସଭାପତି ଶ୍ରୀଯୁକ୍ତ ଯୋଗେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ପତ୍ରବାଚନରେ ଧରଣୀଧର ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ଼. ପ୍ରଫେସର ପ୍ରତାପ କୁମାର ମହାନ୍ତି ମୁଖ୍ୟ ଅତିଥି, ବିଶିଷ୍ଟ କବି ତଥା ଓଡ଼ିଆ ବିଭାଗର ମୁଖ୍ୟ ସୁଧାକର ଦାଶ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ସାଧାରଣ ସଂପାଦକ ଡ଼. ସନ୍ତୋଷ କୁମାର ମହାପାତ୍ର ସମୀକ୍ଷକ ଭାବରେ ଯୋଗଦେଇଥିଲେ । ମାଆ ତାରିଣୀ, ବିଦ୍ୟାଦାତ୍ରୀ ମାଆ ସରସ୍ଵତୀ, ଶ୍ରୀ ଜଗନ୍ନାଥ ଏବଂ ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସଙ୍କର ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ କରିଥିଲେ । ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀମତୀ ଶୁଭସ୍ମିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାପରେ ମୁଖ୍ୟ ଅତିଥି ଡ଼. ପ୍ରଫେସର ପ୍ରତାପ କୁମାର ମହାନ୍ତି ପତ୍ରବାଚନ ଆୟୋଜନ ନିମନ୍ତେ ଓଡ଼ିଆ ବିଭାଗକୁ ଶୁଭେଚ୍ଛା ଦେବା ସହିତ ଭାଗବତ ବିଶ୍ବାୟନ କ୍ଷେତ୍ରରେ କିପରି ଭୂମିକା ଗ୍ରହଣ କରିପାରିବ ସେ

ଂପର୍କରେ ପତ୍ରବାଚନରୁ ଛାତ୍ରଛାତ୍ରୀ ମାନେ ଅନେକ ତଥ୍ୟ ଓ ଜ୍ଞାନ ଅର୍ଜନ କରିବାର ଆଶା ପୋଷଣ କରିଥିଲେ । ଏହା ପରେ ସଭାପତି ଶ୍ରୀଯୁକ୍ତ ଯୋଗେନ୍ଦ୍ରନାଥ ସାହୁ ଜଗନ୍ନାଥ ଦାସ ଓ ଭାଗବତର ସଂପର୍କରେ ଆଲୋଚନା କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ସୁଧାକର ଦାଶ ଭାଗବତରେ କିପରି ଚେତନାର ଜଗତୀକରଣ ସଂପର୍କରେ କୁହାଯାଇଛି ତାହା ଆଲୋଚନା କରିଥିଲେ । ବିଭାଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ତୃତୀୟ ବର୍ଷର ଛାତ୍ର ଦେବଦର୍ଶନ ସିଂହ, ଛାତ୍ରୀ ସରିତା ମହାନ୍ତ, ଦ୍ବିତୀୟ ବର୍ଷର ଛାତ୍ରୀ ଅନୁରାଧା ବିଶ୍ଵାଳ ପ୍ରବନ୍ଧ ଉପସ୍ଥାପନ କରିଥିଲେ  ।ସମୀକ୍ଷକ ଡ଼. ସନ୍ତୋଷ କୁମାର ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାପିତ ପ୍ରବନ୍ଧର ସମୀକ୍ଷା କରିବା ସହିତ ଭାଗବତ କିପରି ପ୍ରକୃତ ବିଶ୍ବାୟନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିବ ତାହା ବ୍ୟାଖ୍ୟା କରିଥିଲେ । ପତ୍ରବାଚନରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର,  ସରକାରୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ, ଅଧ୍ୟାପିକା ମାନେ ମଧ୍ୟ ଉପସ୍ଥିତ ଥିଲେ । ଅଖିଳ ଭାରତୀୟ ସାହିତ୍ୟ ପରିଷଦର ପ୍ରାନ୍ତ କାର୍ଯ୍ୟକାରିଣୀ ସଭ୍ୟ ଅବିନାଶ ଦାସ ସଭା ସଂଯୋଜନା କରିଥିଲେ । ପରିଶେଷରେ ବିଭାଗର ଅଧ୍ୟାପକ ବିଶିଷ୍ଟ ଜନଜାତି ଗବେଷକ ଡ଼. ସୁମନ୍ତ୍ର ନାଏକ  ଧନ୍ୟବାଦ ଅର୍ପଣ କରିଥିଲେ ।

0 Comments