କିଛିଦିନ ବ୍ୟବଧାନ ପରେ ପୁଣି କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳ ସାହାରପଡା ବନକ୍ଷେତ୍ରକୁ ୧୮ ଟିକିଆ ହାତୀପଲ ପ୍ରବେଶ କରିଛନ୍ତି। କିଛିଦିନ ପୂର୍ବେ ୨୨ ଟିକିଆ ହାତୀପଲ ଏକ ମାସ ଧରି ଉତ୍ପାତ ମଚାଇ ଥିଲେ। ଏଥିରେ ଗୋଟିଏ ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ଏବେ ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳରୁ ଆସି ପାଟଣା ବନାଞ୍ଚଳକୁ ପ୍ରବେଶ କରିଛନ୍ତି। ହାତୀପଲ ଆସିବା ବାଟରେ ସାହାରପଡା ସେକ୍ସନ ଅଞ୍ଚଳ ରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତ

। ହାତୀପଲ ବନବୀର, ଡ଼ାଳପକା, କୁଣ୍ଡଳା, ମିରିଗିଖୋଜି ଖଡିବେଡା, କଟାବେଡା, ଅସନବଣି, ଭାଲିଆଡ଼ାଳ, କପୁଣ୍ଡି,ବେଗନା,ରାଇପୁର ଏବଂ ମହୁଦୀପା ଗ୍ରାମ ଗୁଡିକରେ ହୋଇଥିବା ପାଚିଲା ଧାନକୁ ଖାଇ ନଷ୍ଟ କରିବା ସହ ବୋଇତାଳୁ ଚାଷକୁ ମଧ୍ୟ ନଷ୍ଟ କରିଛନ୍ତି। ଏବେ ହାତୀପଲ ସାହାରପଡା ସେକ୍ସନ ଅଞ୍ଚଳରେ ହିଁ ଡେରା ପକାଇଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଖୁବ ଶୀଘ୍ର ହାତୀପଲଙ୍କୁ ଏ ଅଞ୍ଚଳରୁ ଘଉଡାଇବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

0 Comments