ମା କୁ ସମ୍ମାନ କଥା କହି ରାଜ୍ୟ ସରକାର ବହୁ ଦିଣ୍ଡିମ ପିଟୁଛନ୍ତି । ସବୁବେଳେ ମହିଳାଙ୍କ ପାଇଁ ମହିଳାଙ୍କୁ ସୁରକ୍ଷା ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ଆଦିବାସୀଙ୍କ ସୁରକ୍ଷାର ରକ୍ଷା କରିବା କହୁଛନ୍ତି ସରକାର। କିନ୍ତୁ ଆଦିବାସୀ ମହିଳା ନିଜ ହକ ପାଇଁ ବାରମ୍ବାର ପ୍ରଶାସନ ର ଦ୍ବାରସ୍ଥ ହେଲେବି ନ୍ୟାୟ ପାଉନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ହୋଇଛି କେନ୍ଦୁଝର ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ କାଶିପୁର ଗ୍ରାମରୁ। ଏହି ଗ୍ରାମର କମଳିନୀ ନାଏକ ନାମକ ବିଧବା ମହିଳା ନିଜ ବାପ ଘରେ ଦୁଇ ନାବାଳିକା ଝିଅ ସହ ରହି ଆସୁଛନ୍ତି। ସ୍ଵାମୀ କୋବିଡ ରେ ମୃତ୍ୟୁବରଣ କରିବା ପରେ ଏହାର ଆଶୀର୍ବାଦ ଯୋଜନା ରେ ସହାୟତା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଦରଖାସ୍ତ ଦେଇଥିଲେ। ଉକ୍ତ ବିଭାଗ ପକ୍ଷରୁ ସରଜମିନ ତଦନ୍ତ କରିବା ପରେ କମଳିନୀଙ୍କୁ ସହାୟତା ଦିଆଯାଇନଥିଲା। ଏନେଇ ମହିଳା ଜଣକ ଜିଲ୍ଲାପାଳଙ୍କ ସାମୁହିକ ଅଭିଯୋଗର ଦ୍ବାରସ୍ଥ ହେଇଥିଲେ। ଏହାପରେ ମହିଳାଙ୍କୁ ଡିସି

ିଓ ଅଧିକାରିଣୀ ତାଙ୍କ ସହଯୋଗୀଙ୍କ ସହ ଯାଇ ଧମକ ଦେବା ସହ ଜାତିଆଣ ଗାଳିଗୁଲଜ କରିଥିଲେ। ଏନେଇ କମଳିନୀ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ ।  ଟାଉନ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଡିସିପିଓ ତାଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି କମଳିନୀ । ଟାଉନ ଥାନାରୁ ନ୍ୟାୟ ନପାଇବା ପରେ ଆଜି ଆଉ ଥରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କକ୍ଷରେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି କମଳିନୀ । ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାଏକ। ସୁବର୍ଣ୍ଣ କମଳିନୀଙ୍କ ସହ ଯାଇ ଅଭିଯୁକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲିଖିତ ଦାବି କରିଛନ୍ତି। ଏହା ସହ ଆଦିବାସୀ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ସୁବର୍ଣ୍ଣ। କମଳିନୀ ଯଥାଶୀଘ୍ର ନ୍ୟାୟ ନମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତବନୀ ଦେଇଛନ୍ତି। ଏନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳପାରିନାହିଁ।

0 Comments