କେନ୍ଦୁଝର ଜିଲ୍ଲା ପ୍ରଶାସନ, ୟୁନିସେଫ୍‌ ଓ ଆକ୍ସନଏଡ୍‌ର ମିଳିତ ଆନୁକୂଲ୍ୟରେ କ୍ରୀଡା ମାଧ୍ୟମରେ କିଶୋରୀମାନଙ୍କୁ ସଶକ୍ତ କରିବା ନିମନ୍ତେ ଧରଣୀଧର ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଶଙ୍କରପୁର ଠାରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର କିଶୋରୀ ବାଳିକାମାନଙ୍କୁ ନେଇ ଆଦ୍‌ଭିକା କପ୍‌ (ଅଣ ପାରମ୍ପରିକ କ୍ରୀଡା) ଆୟୋଜିତ ହୋଇଯାଇଛି । ଜିଲ୍ଲା କ୍ରୀଡା ଅଧ୍ରକାରୀ ଜିତେନ୍ଦ୍ରୀୟ ମହାକୁଡ ଏହାକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକର ୮୦ଜଣ କିଶୋରୀ ଏଥରେ ଅଂଶ ଗ୍ରହଣ କରିଥଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୌରିମଣି ହୀସଦା ବକ୍ତବ୍ୟ ପ୍ରଦାନ କରି ସମାଜରେ ପୁରୁଷ ଓ ମହିଳାଙ୍କ ମଧ୍ଯରେ ଥୁବା ସମାନତାର ବାର୍ତା ଏହି କ୍ରୀଡା ମାଧ୍ଯମରେ ସମାଜକୁ ପ୍ରଦାନ କରାଯାଇଥିବାର ସୂଚନା ଦେଇଥିଲେ । ପରିବାର, ସମାଜ ତଥା ବିଭିନ୍ନ ସ୍ତରରେ କିଶୋରୀମାନଙ୍କ ପ୍ରତି ଥିବା ବିଷମତାକୁ ସମତାରେ ପରିଣତ କରିବା ପାଇଁ କ୍ରୀଡା ଏକ ଉତମ ମାଧ୍ଯମ ବୋଲି କହିଥିଲେ । ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବସୁନ୍ଧରା ସାହ

ନିଜ ବକ୍ତବ୍ୟରେ କହିଥିଲେ ଯେ କ୍ରୀଡା ମାଧ୍ଯମରେ ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ, ବାଲ୍ୟ ବିବାହ ନିରାକରଣ ଓ

କିଶୋରୀ ସଶକ୍ତିକରଣର ବାର୍ତା ନେଇ ଅଣ ପାରମ୍ପରିକ କ୍ରୀଡା ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବା ସୁଖର କଥା । ପୁଅମାନଙ୍କ ସମତୁଲ ବିଜୟୀ କିଶୋରୀମାନେ ସେମାନଙ୍କର ପରାକାଷ୍ଠା ପ୍ରଦର୍ଶିତ କରିବା

ସହିତ ଲିଙ୍ଗୀୟ ସମାନତାର ବାର୍ତା ଏହା ମାଧ୍ଯମରେ ଜନ ସମାଜକୁ ଦେଉଛନ୍ତି । ଗଞ୍ଜାମ ଜିଲ୍ଲାର ଜିଲ୍ଲା ସଂଯୋଜକ ଦେବବ୍ରତ ମହନ୍ତ ନିଜ ବକ୍ତବ୍ୟରେ ବାଳକମାନଙ୍କଠାରୁ ବାଳିକାମାନେ କୌଣସି ଗୁଣରେ

ପଛରେ ନାହାଁନ୍ତି ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧକାରୀ ଶ୍ରୀମତୀ ସୁଧା ଗୋସ୍ଵାମୀ,ଜିଲ୍ଲା କାର୍ଯ୍ୟକ୍ରମ ଅଧ୍ଵକାରୀ ବାସନ୍ତୀ ମହାନ୍ତ, ଜିଲ୍ଲା ସଂଯୋଜକ (ମମତା) ଶୁଭେନ୍ଦୁ ନାଥ, ଜିଲ୍ଲା ସଂଯୋଜକ

(ପୋଷଣ) ଅଜିତ୍‌ ମହାନି, ସିଡିପିଓ ସଦର ସ୍ଵର୍ଣ୍ଲଲତା ବେହେରା, ଏନ୍‌.ଓ.ପି, ଶ୍ରୀମତୀ ଗାୟତ୍ରୀ ଦେବୀ,ରୀତାରାଣୀ ବାରିକ୍‌ ପ୍ରମୁଖ ଉଲ୍ତ ଅଣପାରମ୍ପାରିକ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।

0 Comments