ଘଷିପୁରା ବ୍ଲକ ସଭା ଗୃହରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ମେନେକା ମାରାଣ୍ଡି ଙ୍କୁ ଆଜି ବିଦାୟ ସମ୍ବନ୍ଧନା ସହ ନୂତନ ବିଡ଼ିଓ ମାନସ ରଞ୍ଜନ ସାମଲ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ  ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁଙ୍କ ସଭାପତି ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର ,ସଂମାନିତ ଅତିଥି ଭାବେ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀପ୍ରିୟା ଜେନା ,ସମାଜ ସେବୀ

ବୁଲୁ ପଟନାୟକ ,ପରେସ କୁଅଁର  ବ୍ଲକ ସମସ୍ତ କର୍ମଚାରୀ ଉପସ୍ଥିତ ଯୋଗ ଦେଇ ପୂର୍ବତନ ବିଡ଼ିଓଙ୍କ କାର୍ଯ୍ୟଧାରା କୁ ପ୍ରଶଂସା କରିଥିଲେ । ନୂତନ ବିଡ଼ିଓଙ୍କ ସହ ମିଳିମିଶି କାର୍ଯ୍ୟ କରି ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ମତ ଦେଇଥିଲେ ପରେ ପୁଷ୍ପଗୁଚ୍ଛ ଓ ଉପଢୋକନ ଦେଇ ସମ୍ବନ୍ଧନା କରିଥିଲେ । ଏହି ସଭାକୁ ପରିଚାଳନା କରିଥିଲେ ପଙ୍କଜ କୁମାର ସାହୁ । ସଭା ଶେଷରେ କନିଷ୍ଠ ଯନ୍ତ୍ରୀ ପଦୀପ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

0 Comments