ରୋଗୀଙ୍କ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଇ ଚର୍ଚ ଛକରୁ ଆଟୋପୁର ପର୍ଯ୍ୟନ୍ତ ଡିଜେ ଲାଇଟ ଓ ସାଉଣ୍ଡ ପରିବେଷଣକୁ ବିରୋଧ କରିଛି ଜିଲା କଳାକାର ସଂଘ। ଏ ନେଇ ସଂଘର ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକ ଓ ଉପଦେଷ୍ଟା ତଥା ନୃତ୍ୟଗୁରୁ ଗୁରୁ ଦାସ ମଙ୍ଗଳବାର ମିଳିତ ଅଭିଯୋଗ ଶୁଣାଣିରେ ଏସ୍‌ ପି ନିତିନ କୁଶଲକରଙ୍କୁ ଭେଟି ଉପରୋକ୍ତ ଦାବି କରିଛନ୍ତି। ବିବାହ ଶୋଭାଯାତ୍ରା ଠାରୁ ଆରମ୍ଭ କରି ବିଭିନ୍ନ ପୂଜାପାର୍ବଣରେ ଆୟୋଜକଙ୍କ ଦ୍ବାରା ଉଚ୍ଚଶବ୍ଦ ବ୍ୟବହାର ଯୁକ୍ତ ଡିଜେ ଲାଇଟ ଓ ସାଉଣ୍ଡ ବ୍ୟବହାର ଦ୍ବାରା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥୂବା ରୋଗୀଯାନ ଅନେକ ସମୟରେ ରାସ୍ତାରେ ଦୀର୍ଘ ସମୟଧରି ଅଟକି ରହିବା ଫଳରେ ରୋଗୀସେବା ବ୍ୟାହତ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ଯରେ ତୀବ୍ର<

/p>

ଅସନ୍ତୋଷ ପ୍ରକାଶ ପାଇଆସୁଛି । ଏଥୁସହ ଉକ୍ତ ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ହଷ୍ଟେଲରେ ରହି ପଢ଼ୂଥୁବା ଅନ୍ତେବାସୀଙ୍କ ପାଠପଢ଼ାରେ ମଧ୍ଯ ଏହି ଡିଜେ ଲାଇଟ ଓ ସାଉଣ୍ଡ ଘୋର ସମସ୍ୟା ସୃଷ୍ଟି କରୁଛି। ଏହି କାରଣରୁ ଚର୍ଚ୍ଚଳକରୁ ଆଟୋପୁର ମଧ୍ଯରେ ଡିଜେ ଲାଇଟ୍‌ ଓ ସାଉଣ୍ଡ ବ୍ୟବହାର ନିମନ୍ତେ ପୁଲିସ ଓ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ ନକରିବାକୁ ସଂଘ ସମ୍ପାଦକ ଶ୍ରୀ ନାୟକ ଏସ୍‌ପିଙ୍କୁ ଭେଟି ଅନୁରୋଧ କରିଛନ୍ତି । ଜନସ୍ୱର୍ଥ ଦୃଷ୍ଟିରୁ ଏହାକୁ ଗୁରୁତର ସହ ବିଚାରକୁ ନେଇ ଉକ୍ତ ଅଞ୍ଚଳକୁ ଡିଜେ ଲାଇଟ ଓ ସାଉଣ୍ଡ ନିମନ୍ତେ ଅନୁମତି ପ୍ରଦାନ ନକରିବାକୁ ଏସ୍‌ପି ତୂରନ୍ତ ସଦର ଏସ୍‌ଡିପିଓଙ୍କୁ ଆଦେଶ କରିଥବା ସମ୍ପାଦକ ଶ୍ରୀ ନାୟକ କହିଛନ୍ତି ।

0 Comments