ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଂଯୋଜକ ଥୁବା ପ୍ରକାଶ ମଲ୍ଲିକଙ୍କୁ ରାଜ୍ୟ ଉପସଭାପତି ଭାବେ ନୂତନ ଦାୟିତ୍ବ ମିଳିଛି । ଏଠାରେ ସ୍ମରଣଯୋଗ୍ୟ କି ୨୦୦୨ ମସିହାରେ ଏବିଭିପି ଛାତ୍ର ସଂଗଠନରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ପରବର୍ତୀ ସମୟରେ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ, ଯୁବମୋର୍ଚ୍ଚା ନଗର ସଭାପତି, କେନ୍ଦୁଝର ଜିଲ୍ଲା ସମ୍ପାଦକ, ରାଜ୍ୟ ସଂଯୋଜକ ପରେ ଏବେ ତାଙ୍କ କାର୍ଯ୍ୟଦକ୍ଷତାକୁ ଭିଭିକରି  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍

ଡାଙ୍କ ଦ୍ଵାରା ତାଙ୍କୁ ରାଜ୍ୟ ଉପସଭାପତି ଦାୟିତ୍ଵ ମିଳିଛି । ଏ ସମ୍ବାଦ ପ୍ରସାରିତ ହେବା ପରେ କେନ୍ଦୁଝର ଜିଲ୍ଲା ଯୁବକମାନଙ୍କ ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କର ସମର୍ପିତ ସେବା ମନୋଭାବ ଯୋଗୁଁ ଆଜି ତାଙ୍କୁ ରାଜ୍ୟର ଏକ ଗୁରୁଦାୟିତ୍ଵ ମିଳିଛି। ଏଥିପାଇଁ ସେ ରାଜ୍ୟ ସଭାପତି ମନମୋହନ ସାମଲ, ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏବଂ ଚମ୍ପୁଆ ବିଧାନସଭା କ୍ଷେତ୍ରର ବର୍ଷିଆନ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ଃ.ମୁରଲୀ ମନୋହର ଶର୍ମାଙ୍କୁ ଧନ୍ୟବାଦ ଓ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି ।

0 Comments