ଟାଉନ ଥାନା ଅନ୍ତର୍ଗତ କାଶିପୁର ଲକ୍ଷ୍ମୀ ମନ୍ଦିରରେ ଚୋରି ଅଭିଯୋଗ ହୋଇଛି। ଚୋର ଗତକାଲି ରାତିରେ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ମନ୍ଦିର ପୂଜକ ମନ୍ଦିର ଖୋଲିବା ବେଳେ ହୁଣ୍ଡି ଭାଙ୍ଗି ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ମନ୍ଦିର କମିଟି ସଦସ୍ୟ ଙ୍କୁ ଜଣାଇବା ପରେ କମିଟି ପକ୍ଷରୁ ଟାଉ

ଥାନାରେ ଏତଲା  ଦିଆଯାଇଛି। ଆଗକୁ ଲକ୍ଷ୍ମୀ ପୂଜା ଥିବା ବେଳେ ତା ପୂର୍ବରୁ ହୁଣ୍ଡି ଭାଙ୍ଗି ଚୋରି ନେଇ କମିଟିର ଚିନ୍ତା ବଢ଼ାଇଦେଇଛି। ଏକ ବର୍ଷ ତଳେ ଏହି ଭବ୍ୟ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା କରାଯାଇଥିବା ବେଳେ ପ୍ରତିଷ୍ଠା ଦିନରୁ ଏହି ହୁଣ୍ଡି ଖୋଲା ଯାଇ ନଥିଲା। ଏନେଇ ଭକ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଯଥାଶୀଘ୍ର ଚୋରକୁ ଧରିବାକୁ ଦାବି ହେଉଛି।

0 Comments