ପାରମ୍ପରିକ ପାଉଡି ଭୂୟାଁ ପୀଢ଼ ମହାସଭା କେନ୍ଦୁଝର

ପକ୍ଷରୁ ଡେରେଙ୍ଗ ପୀଢ଼ (ପାଉଡି ଭୂୟାଁ) କୁ ଆବାସସ୍ଥଳୀ ଅଧିକାର ସାବ୍ୟସ୍ତ ପାଇଁ ୩୧ ମାର୍ଚ୍ଚ ୨୦୨୩ ଓ ୩ ଏପ୍ରିଲ ୨୦୨୩ରେ ଉପଖଣ୍ଡସ୍ତରୀୟ ଜଙ୍ଗଲ ଅଧିକାର କମିଟି କେନ୍ଦୁଝର ଏବଂ ଜିଲାପାଳଙ୍କୁ ଜିଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜଙ୍ଗଲ ଅଧୂକାର ଆଇନର ନିୟମାନୁଯାୟୀ ଆବେଦନର ସତ୍ୟାସତ୍ୟ ନିରୁପଣ କରାଯାଇ ସମ୍ପୃକ୍ତ ପୀଢ଼ର ଶତପ୍ରତିଶତ ଗାଁରେ ଗ୍ରାମସଭା ବୈଠକ ଅନୁଷ୍ଠିତ କରାଯାଇ ଜମିର ଆବସକୀୟ ପାରମ୍ପରିକ ନକ୍ସା ପ୍ରସ୍ତୁତି କରିବା ସହ ତଥ୍ୟ ସଂଗ୍ରହ ଓ ଜନସଂଖ୍ୟା ପରିସଂଖ୍ୟାନ ଆକଳନ କରି ଚୂଡାନ୍ତ ନିଷ୍ପତ୍ତିର ନକଲ ସଂଲଗ୍ନ କରି ନିୟମ ୧୨(୧) କ ଓ ଖ

ଅନୁଯାୟୀ ତଥ୍ୟସମ୍ବଳିତ ଦରଖାସ୍ତ ମଙ୍ଗଳବାର ପୁନଃ ଦାଖଲ କରାଯାଇଛି | ଜଙ୍ଗଲ ଅଧିକାର ଆଇନର ଧାରା ୧୨(୧) ଖ ଓ ଗ କୁ ଅନୁପାଳନ କରି ଡେରେଙ୍ଗପୀଢ଼ ( ପାଉଡି ଭୂୟାଁ) ଆବାସସ୍ଥଳୀ ସ୍ଵିକୃତୀ ପ୍ରଦାନ ସହ ଜଙ୍ଗଲ ଜମି ଅଧୂକାର କମିଟି କେନ୍ଦୁଝର ତଥା ଜିଲାପାଳ କେନ୍ଦୁଝରଙ୍କ ନିକଟରେ ଦାଖଲ କରିବାକୁ ପାଉଡି ଭୂୟାଁ ମହାସଭା କେନ୍ଦୁଝରର ସଭାପତି ପ୍ରଦୀପ କୁମାର ପ୍ରଧାନ ଲିଖିତ ଆବେଦନ କରିଛନ୍ତି। ଏଥୁସହ ଡେରେଙ୍ଗପୀଢ଼ରେ ୨୧୨୭ ପରିବାରର ୧୧୫୬୦ଜଣ ମହିଳା ଓ ପୁରୁଷ ମନଙ୍କର ସଂସ୍କୃତି, ପରମ୍ପରା, ଏତିହ୍ୟର ସୁରକ୍ଷା ପ୍ରଦାନ ସହ ସେମାନଙ୍କର ଚିନ୍ତନ ଜୀବନଜୀବୀକାକୁ ମଧ୍ଯ ସୁନିଶ୍ଚିତ କରିବାକୁ ପାଇଁ ମହାସଭାର ଉପସର୍ଦ୍ଦାର ବାରିକ ସ୍ବାଇଁ ଅନୁରୋଧ କରିଛନ୍ତି ।

0 Comments