220 ନମ୍ବର ଜାତୀୟ ରାଜପଥରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧିନସ୍ଥ ବଡ଼ବିଲ ଗ୍ରାମର କାରିଗିଲ ଛକ ଠାରେ ଘଟିଛି ଦୁର୍ଘଟଣା । ଉକ୍ତ  ଛକରେ ଥିବା ସୁରକ୍ଷା ବାଡ଼ରେ ଏକ ବାଇକ ଭାରସାମ୍ୟ ହରାଇ ଧକ୍କା ଦେବା ଫଳରେ ୨ ଜଣ ବାଇକ ଆରୋହୀ ଗୁରୁତର ହୋଇପଡିଥିଲେ । ତେବେ ସ୍ଥାନୀୟ ଲୋକ ଆହାରପଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ, ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଘଟଣା ସ୍ଥଳରୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବାଇକ ଆରୋହୀ ୨ ଜଣଙ୍କ ଭିତରୁ ଜଣଙ୍କର ଆଣ୍ଠୁ ପାଖର

ୁ ପାଦ ପ୍ରର୍ଯ୍ୟନ୍ତ ବାମ ଗୋଡ଼ ର ସମ୍ପୂର୍ଣ ସମ୍ମୁଖ ଭାଗ ଚମଡା କଟି ପାଦ ତକ ପହଞ୍ଚି ଥିବା ବେଳେ ଅନ୍ୟ ଜଣକର ବାମ ଗୋଡ଼ ଆଣ୍ଠୁ ଠାରେ ଗଭୀର କ୍ଷତ ହୋଇପଡିଛି । ତେବେ ଉଭୟ ସାହାରପଡା ବ୍ଲକ କୁଣ୍ଡଳା ପଞ୍ଚାୟତ ତାଳପଦା ଗ୍ରାମର ଦୁର୍ଯ୍ନ ନାୟକଙ୍କ ପୁଅ କାହ୍ନ ନାୟକ ଏବଂ ଧ୍ୟାନ ନାୟକଙ୍କ ପୁଅ ପ୍ରମୋଦ ନାୟକ ବୋଲି ସୂଚନା ମିଳିଛି । ତେବେ କାହ୍ନ ନାୟକ କରଞ୍ଜିଆ ମେଡିକାଲରେ ମୃତ୍ୟୁ ବରଣ କରିଥିବା ଯାହା ସୂଚନା ମିଳିଛି । ଘଟଣା ସ୍ଥଳରେ ସାହାରପଡା ଫାଣ୍ଡି ପୋଲିସ ପହଞ୍ଚି ବାଇକ ଟିକୁ ଜବଦ କରି ଦୁର୍ଘଟଣା ର ଅଧିକ ତଦନ୍ତ କରୁଛି ।

0 Comments