କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର କେନ୍ଦୁଝର ୨ ଅନ୍ତର୍ଗତ ବେଲବାହାଳି ଓ ଅଙ୍ଗାରୁଆ ସତ୍ୟସାଇ ସେବା ସମିତି ତରଫରୁ ବେଲବହାଳୀ ସତ୍ୟସାଇ ମନ୍ଦିରରେ ସମିତିର ଆବାହକ ଚତୃଭୂଜ ସାହୁଙ୍କ ନେର୍ତ୍ତୃତ୍ୱରେ ଜିଲ୍ଲା ସ୍ତରୀୟ ମହିଳା ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବ୍ୟକ୍ତିତ୍ୱ ବିକାଶ ସହିତ ଆଧ୍ୟାତ୍ମିକ ପୂର୍ଣ୍ଣତା ଲାଭକରିବା ବିଷୟରେ ସବିଶେଷ ଆଲୋକପାତ କରାଯାଇଛି । ଏହି ଶିବିର ସକାଳ ୫ ଘଟିକା ଠାରୁ ଆରମ୍ଭ ହୋଇ ଦିନ ୨ ଘଟିକା ପର୍ୟ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଫଳତାର ସହିତ ଶେଷ ହୋଇଥିଲା। ପ୍ରଥମେ ଓମକାର ,ସୁପ୍ରଭାତମ ,ନଗର ସଂକୀର୍ତ୍ତନ ପରେ ପୂଜାର୍ଚ୍ଚନା କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ଉକ୍ତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ବିଷ୍ଣୁ ପ୍ରସାଦ ଜେନା ଯୋଗଦେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ

ରାଜ୍ୟ ଆଧ୍ୟାତ୍ମିକ ସଂଯୋଜିକା ଡ଼ ପୁଷ୍ପମିତ୍ରା ମହାନ୍ତି ଯୋଗଦେଇ କାମନାର ସୀମାଙ୍କନରେ ମହିଳା ମାନଙ୍କର ଭୂମିକା ବିଷୟରେ ଆଲୋଚନା କରିଥିଲେ ।ଏବଂ କଟକର ବିଦ୍ୟା ବାହିନୀ ସଦସ୍ୟ ଶ୍ରୀମତୀ ଗିତା ନାୟକ ଓ ଅଙ୍ଗାରୁଆ ସମିତିର ଶ୍ରୀମତୀ ସୁକାନ୍ତି ସାହୁ,ଜଗତସିଂପୁର ଜିଲ୍ଲା ଆଧ୍ୟାତ୍ମିକ ସଂଯୋଯିକା ଶ୍ରୀମତି ସୁଚିତ୍ରା ମହାନ୍ତି ଯୋଗଦେଇ ବାଳବିକାଶ ସମ୍ପ୍ରସାରଣ ଓ ବିଦ୍ୟାଜ୍ୟାତି କାଯ୍ୟକ୍ରମରେ ମହିଳା ମାନଙ୍କ ଭୂମିକା,ସାଇ ପ୍ରମଧାରା ,ସାଇ ଜାଗୃତି ,ଦୈନଦିନ ଆଧ୍ୟାତ୍ମିକ ସାଧନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ ।ଏଥିରେ ବେଲବାହାଳି ଏବଂ ଅଙ୍ଗାରୁଆ ସତ୍ୟସାଇ ସେବା ସମିତିର ସମସ୍ତ ଭଜନ ମଣ୍ଡଳୀ ଏବଂ ଭକ୍ତମାନେ ଯୋଗଦେଇ ଏହି ଆଲୋଚନା ଅଂଶଗ୍ରହଣ କରି ଶିକ୍ଷା ଲାଭ କରିଛନ୍ତି ।ଏଥିରେ ସମିତିର ସମସ୍ତ ଭକ୍ତ ଉପସ୍ଥିତ ରହି ସକାଳୁ ସଂଧ୍ୟା ପଯ୍ୟନ୍ତ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ।

0 Comments