କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ‘ସୁଭଦ୍ରା’ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଜିଲ୍ଲାପାଳ ଶ୍ରୀ ସିଂହ ଏହି ଯୋଜନାର ଜିଲ୍ଲାରେ ସଫଳ କାର୍ଯ୍ୟକାରିତା ନିମନ୍ତେ ପ୍ରଶାସନିକ ସ୍ତରରେ କରଯାଇଥିବା ପ୍ରସ୍ତୁତିର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଛନ୍ତି। ଜିଲ୍ଲାରେ ଥିବା ଆନୁମାନିକ ସାଢେ ଛ’ ଲକ୍ଷ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାପ୍ତ ଫର୍ମ ବଣ୍ଟନ କରାଯାଉଛି। ଏହି ଫର୍ମ ବ୍ଲକ କାର୍ଯ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ପୌରାଞ୍ଚଳ କାର୍ଯ୍ୟାଳୟ ଠାରେ ଉପଲବ୍ଧ ଅଛି। ଏହାକୁ ପୂରଣ ପରେ ହିତାଧିକାରୀ ନିଜ ଆଧାର କାର୍ଡ, ମୋବାଇଲ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ଆଦି ସମସ୍ତ କାଗଜପତ୍ର ନେଇ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଜନ ସେବା କେନ୍ଦ୍ରରେ ‘ସୁଭଦ୍ରା' ପୋର୍ଟାଲରେ ପଞ୍ଜୀକରଣ କରିବେ । ନିମନ୍ତେ ଇ-କେୱାଇସି ବ୍ୟବସ୍ଥା କରାଯାଇଛି। ହିତାଧିକାରୀଙ୍କ ଅନୁପସ୍ଥିତିରେ

କୌଣସି ପ୍ରାମାଣିକିକରଣ କରାଯିବ ନାହିଁ। ଆବେଦନକାରୀଙ୍କୁ କୌଣସି ସ୍ତରରେ ଏଥି ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ସେହିଭଳି ନିଷ୍କ୍ରିୟ ଥ‌ିବା ଆଧାର କାର୍ଡଗୁଡିକରେ ଆବଶ୍ୟକ ପରିବର୍ତ୍ତନ ନିମନ୍ତେ ଆଧାର କେନ୍ଦ୍ରକୁ ଦାୟିତ୍ଵ ଦିଆଯାଇଛି। ସରକାରୀ ନିର୍ଦ୍ଦେଶନାମା ଅନୁସାର

େ ବାଇଓମେଟ୍ରିକ ନବୀକରଣ ପାଇଁ ୧୦୦ ଟଙ୍କା ଓ ଡେମୋଗ୍ରାଫିକ୍ ନବୀକରଣ ପାଇଁ ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ ଅନ୍ୟ କୌଣସି ସ୍ତରରେ ଅର୍ଥ ପଡ଼ିବ ନାହିଁ | ସେହି ଭଳି ଜିଲାରେ ଅନେକ ସୁଭଦ୍ରା କ୍ୟାମ୍ପ ମଧ୍ଯ ଖୋଲା ଯାଇଥିବା ଜିଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି। ବୁଧବାରଠାରୁ ଇ-ପଞ୍ଜୀକରଣ ଆରମ୍ଭ ହୋଇଥିବା ଏହି ‘ସୁଭଦ୍ରା ଯୋଜନା' ଅବେଦନର ଶେଷ ତାରିଖ ନାହିଁ । ଏନେଇ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଆବେଦନ ଫର୍ମ ଯୋଗାଇ ଦିଆଯାଇଛି। ଏଭଳି ସ୍ଥିତିରେ ବ୍ୟସ୍ତ ହୋଇ ଆବେଦନ କେନ୍ଦ୍ରରେ ଭିଡ଼ ଜମାଇବା କିମ୍ବା କାହାରିକୁ ଅର୍ଥ ନ ଦେବାକୁ ଜିଲାପାଳ ନିବେଦନ କରିଛନ୍ତି। କୌଣସି ସ୍ତରରେ ଆବେଦନ ପାଇଁ କେହି ଅର୍ଥ ନେଉଥିଲେ କିମ୍ବା ମାଗଣାରେ ପଞ୍ଜୀକରଣ ପାଇଁ ମନା କରୁଥିବା ସେବାକେନ୍ଦ୍ର ସମ୍ପର୍କରେ ସୂଚନା ଦେଲେ ସେମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଅବଗତ କରିଛନ୍ତି। ସୁଭଦ୍ରା ଯୋଜନା ସମ୍ପର୍କିତ ସବିଶେଷ ସୂଚନା ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ରହିଛି ଏବଂ ଏହି ସମ୍ବନ୍ଧୀୟ ଅନ୍ୟ କୌଣସି ଅଭିଯୋଗ କିମ୍ବା ମତାମତ ପାଇଁ ସରକାରଙ୍କ ତରଫରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ୧୪୬୭୮ ରେ ଯୋଗାଯୋଗ କରିପାରିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ମନ୍ଦରଧର ମାହାଳିକ  ଓ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁଧା ଗୋସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ।

0 Comments