ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କେନ୍ଦୁଝର ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ପାଳିତ ହୋଇଯାଇଛି।ଜିଲ୍ଲାର ବିଭିନ୍ନ ବ୍ଲକରୁ କୃତୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପବିତ୍ର ଗୁରୁଦିବସ ଅବସରରେ କ୍ଷେତ୍ରୀୟ ପ୍ରବନ୍ଧକ କମଳ ଲୋଚନ ଷଡ଼ଙ୍ଗୀ,ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟାଳୟ କେନ୍ଦୁଝରର ମୁଖ୍ୟ ପ୍ରବନ୍ଧକ ଦିବାକର ନନ୍ଦୀ,କେନ୍ଦୁଝର ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ସଞ୍ଜୟ କୁମାର ସାମଲଙ୍କ କରକମଳରେ ସଦର ବ୍ଲକରୁ ଡି.ଏନ୍.ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି,ଏସ୍.ଏନ୍. ହାଇସ୍କୁଲ ମୁକୁନା  ପ୍ରଧାନଶିକ୍ଷୟିତ୍ରୀ ଜୟନ୍ତୀ ଥାଟୋଇ,ଏନ୍.ଏସ୍.ପୋଲିସ ହାଇସ୍କୁଲର ଏନ୍.ସି.ସି. ଶିକ୍ଷକ ବିଜୟ କୁମାର ବେହେରା,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁ,ଶିକ୍ଷକ ବିଜୟ କୁମାର ମିଶ୍ର,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମନ୍ଦାକିନୀ କର, ଆନନ୍ଦପୁର ବ୍ଲକରୁ ମହେନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୁଭସ୍ମିତା ମିଶ୍ର,ଘଷ

ିପୁରା ବ୍ଲକରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ଵପ୍ନାମୟୀ ସାହାଣୀ,ଯୋଡ଼ା ବ୍ଲକରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ହୀରାକୁଦ କଲୋନୀର ଶିକ୍ଷକ ଉତ୍ତମ କୁମାର ପାତ୍ର,ହରିଚନ୍ଦନ ବ୍ଲକରୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଧନୁର୍ଜୟପୁର ଶିକ୍ଷକ ରଞ୍ଜନ କୁମାର ପଣ୍ଡା,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କ୍ଷମାକର ବେହେରା,ଚମ୍ପୁଆ ବ୍ଲକ ରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଙ୍କଡ଼ାପାଟ ର ଶିକ୍ଷକ ଅମିତ୍ କୁମାର ଖଣ୍ଡା,ତେଲକୋଇ ବ୍ଲକରୁ ତେଲକୋଇ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶଶଧର କୁମାର ସେଠୀ,ଝୁମ୍ପୁରା ବ୍ଲକରୁ ସରକାରୀ ଉଚ୍ଚ ବିଦ୍ୟାଳୟ କାଉଁରିକଳା ଶିକ୍ଷକ ସୁଦେଶ କୁମାର ସାହୁ,ପାଟଣା ବ୍ଲକରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଙ୍ଗଳପୁର ଶିକ୍ଷକ କଳ୍ପତରୁ ମହାନ୍ତ,ବାଂଶପାଳ ବ୍ଲକରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟୁଙ୍ଗୁରୁଡିହିର ଶିକ୍ଷକ ମଦନମୋହନ ସେଠୀ,ହାଟଡିହି ବ୍ଲକରୁ ପାଟଜାଗୁଲାଇ ଉଚ୍ଚ ବିଦ୍ୟାଳୟ ମିଠିଗାଁ ର ଶିକ୍ଷକ ମୋହନ କୁମାର ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।

0 Comments