କେନ୍ଦୁଝର ସାଂସଦ ଅନନ୍ତ ନାୟକ ଜିଲ୍ଲାର ବିଭିନ୍ନ ବିଭାଗରେ ନିଜସ୍ଵ ପ୍ରତିନିଧି ଭାବେ ନିଯୁକ୍ତି ଦେଇଛନ୍ତି। ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସସସ୍ତିକରଣ (District Social Security & Empowerment of Person with Disabilty)ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଜିଲ୍ଲା ପ୍ରତିନିଧି ଭାବେ ନିରଞ୍ଜନ ବେଜଙ୍କୁ ନିଯୁକ୍ତି  ଦେଇଛନ୍ତି। ନିରଞ୍ଜନ ଦୀର୍ଘଦିନ ଧରି ଜିଲ୍ଲାରେ ଦିବ୍ୟାଙ୍ଗ , କିନ୍ନର , ବୃଦ୍ଧ/ବୃଦ୍ଧା ଙ୍କ ଆର୍ଥିକ ଓ ସାମାଜିକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି। ଏହା ସହ ଦେଶର ଅଗ୍ରଣୀ ଦିବ୍ୟାଙ୍ଗ ଅନୁଷ୍ଠାନ ସକ୍ଷମର ରାଜ୍ୟ ଉପସଭାପତି ଦାୟିତ

ଵ ମଧ୍ୟ ତୁଲାଉଛନ୍ତି ନିରଞ୍ଜନ। ଏହି  ଦାୟିତ୍ଵ ପ୍ରଦାନ ପରେ ନିରଞ୍ଜନ ବେଜ ଜିଲ୍ଲାର ପ୍ରିୟ ନେତା  କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ଓ  ଓଡିଶା "ସକ୍ଷମ "ପ୍ରତିଷ୍ଠାତା ତଥା ମାର୍ଗ ଦର୍ଶକ ସରୋଜ କୁମାର ସାହୁ ତଥା ଜିଲ୍ଲା ଓ ରାଜ୍ୟ  ବିଜେପି ନେତୃମଣ୍ଡଳୀ ଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇବା ସହିତ  ପାଇଁ ମାନ୍ୟବର ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଭାବେ ସ୍ଵଚ୍ଛତାର ସହିତ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଛନ୍ତି। ଏଥି ସହିତ କେନ୍ଦୁଝର ଜିଲ୍ଲା ଦିବ୍ୟାଙ୍ଗ ପାରିବାର ତଥା ସକ୍ଷମ  ପାରିବାର ଶୁଭେଚ୍ଛୁଙ୍କ ଆଶୀର୍ବାଦ କାମନା କରିଛନ୍ତି ନିରଞ୍ଜନ ବେଜ ।

0 Comments