କେନ୍ଦୁଝର : କେନ୍ଦୁଝର ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ ଧରଣୀଧର ବିଶ୍ୱବିଦ୍ୟାଳୟ ସ୍ଥିତ ଖେଳପଡିଆଠାରେ ଅନୁଷ୍ଠିତ ହୋଇଯାଇଛି  ଏହି ଉତ୍ସବରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ ଚନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଆଟକୋ କୁଜୁର, ଜିଲ୍ଲା ଶିକ୍ଷା ଅଧିକାରୀ ଗୌରୀ ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରବୀର କୁମାର ଦେଓ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ ଓ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ସଂସ୍ଥାନର ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ମାଝୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଥିବା ସମସ୍ତ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦେଇଥିଲେ।  ଏଥିସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଏଥିସହ ମାଟ୍ରିକ ପରୀକ୍ଷାରେ ବେଶ ଭଲ ଫଳାଫଳ କରିଥିବା ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନିଶ୍ଚିତ କରିବା ପାଇଁ ସେମାନଙ୍କ ନିରନ୍ତର ପ୍ରୟାସ ଓ ଅବଦାନ ପାଇଁ ଉ

ପସ୍ଥିତ ସମସ୍ତ ଅତିଥି ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ୧୫୩ ଜଣଙ୍କୁ ଜିଲ୍ଲାସ୍ତରୀୟ, ୧୩୨୪ ଜଣଙ୍କୁ ବ୍ଲକସ୍ତରୀୟ ଛାତ୍ରଛାତ୍ରୀ ପୁରସ୍କାର, ୩୦୫ ଜଣଙ୍କୁ ଓଡିଆ ଭାଷାବୃତି ପୁରସ୍କାର ଏବଂ ୭୬ ଜଣଙ୍କୁ ମେଧାବୃତ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା I ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଅତିଥି ମାନେ  ପୁରସ୍କାର ବିତରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଜୀବନରେ ସଫଳତା କାମନା କରିଥିଲେ I ଅତିଥି ମାନେ  ଛାତ୍ରଛାତ୍ରୀ ମାନଙ୍କ ସଫଳ ଜୀବନଯାତ୍ରା ପାଇଁ ପ୍ରେରଣାଦାୟୀ  ଉପଦେଶ ଦେଇଥିଲେ ଏବଂ ଗୁରୁ ଦିବସ ସହିତ ପ୍ରତ୍ୟେକଙ୍କ ଜୀବନରେ ଗୁରୁଙ୍କ ମହତ୍ଵ ବିଷୟରେ ବଖାଣିଥିଲେ । 

କାର୍ଯ୍ୟକ୍ରମକୁ ମୋ ସ୍କୁଲ ଅଭିଯାନର ଜିଲ୍ଲା ନୋଡାଲ ଅଫିସର ଶ୍ରୀ ପରମେଶ୍ୱର ମହାନ୍ତ ଓ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ ପରିଚାଳନା କରିଥିଲେ । 

ପରିଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ସଦୟ ଉପସ୍ଥିତିରେ ଭୁବନେଶ୍ୱରରେ ଆୟୋଜିତ ହେଇଥିବା ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହର ସିଧା ପ୍ରସାରଣକୁ ଛାତ୍ରଛାତ୍ରୀ ମାନେ ବଡ଼ ପରଦା ମାଧ୍ୟମରେ ଦେଖିଥିଲେ ।

0 Comments