ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ । ସୁବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ତିନି ଦିଅଁ । ସୁନାବେଶରେ ତିନି ଠାକୁରଙ୍କ ଦିବ୍ୟ ଦର୍ଶନ ପାଇଁ ଭକ୍ତ ହୋଇଛନ୍ତି ଭାବ ବିହ୍ବଳ । ଶ୍ରୀଜିଉଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଥାଏ ଭକ୍ତ । ପ୍ରତିବର୍ଷ ଆଷାଢ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଏହି ବେଶ କରାଯାଏ । ଏକାଦଶୀ ଦିନ ସୁନାବେଶରେ ରଥ ଉପରେ ଦର୍ଶନ ଦିଅନ୍ତି ଶ୍ରୀଜିଉ । ବାହୁଡ଼ା ଯାତ୍ରାର ପର ଦିନ ପ୍ରତିବର୍ଷ ସୁନାବେଶ ଅନୁଷ୍ଠିତ ହେଉଥିବାବେଳେ ଚଳିତ ବର୍ଷ

ିନକ ପରେ ହୋଇଛି ସୁନାବେଶ । ଏହି ବେଶକୁ ବଡ଼ତଢାଉ ବେଶ ବୋଲି ମଧ୍ୟ କୁହାଯାଏ ।

ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା । ଅପରାହ୍ନ ୫ଟାରୁ ଅଳଙ୍କାର ଲାଗି ଆରମ୍ଭ ହୋଇଥିବାବେଳେ ଏହା ସନ୍ଧ୍ୟା ୬ରୁ ୬.୩୦ ପର୍ଯ୍ୟନ୍ତ ହୋଇଥିବା ଜଣାପଡ଼ିଛି । ମେକାପ ସର୍ବାଙ୍ଗ ନୀତି ପରେ ସୁନାବେଶ ଆରମ୍ଭ ହୋଇଥିଲା । ସିଂହଦ୍ବାରରୁ ରଥ ଉପରେ ପ୍ରାୟ 6 ଘଣ୍ଟା ଧରି ସୁନାବେଶରେ ଦର୍ଶନ ପାଇବେ ଭକ୍ତ । ସୁନାବେଶ ମଇଲମ ପାଇଁ ରାତି ୧୦ ଟାରୁ ୧୧ଟା ଯାଏଁ ନୀତି ନିର୍ଘଣ୍ଟ ହୋଇଛି । ଅର୍ଥାତ୍ ଏହି ସମୟରେ ସୁନାବେଶ ଖୋଲାଯିବ । ରାତି ୧୨ଟାରେ ବଡ଼ସିଂହାର ବେଶ କରାଯିବ।

କିରିଟ, ଶ୍ରୀପୟର, ଶ୍ରୀଭୁଜ, ସ୍ବର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ଓଢିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, ବାହାଡ଼ା ମାଳି, କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଇତ୍ୟାଦି ଆଭୂଷଣ ପରିଧାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

କିରିଟ, ଶ୍ରୀପୟର,ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାଘନଖ ମାଳି, ବାହାଡ଼ା ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଭଳି ମହଣ ମହଣ ଓଜନର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୁଅନ୍ତୁ ପ୍ରଭୁ ବଳଭଦ୍ର ।

କିରିଟ, ଓଢ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କାନ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି ଭଳି ଅଳଙ୍କାର ଦେବୀ ସୁଭଦ୍ରାଙ୍କ ଶୋଭାବର୍ଦ୍ଧନ କରିଥାଏ ।

ସୁନାବେଶ ଅବସରରେ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର । ସେପଟେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ ହୋଇଛି ।

0 Comments