nt-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ପୁରୀ: ସୁନାଠାକୁରଙ୍କ ଆଜି ସୁନାବେଶ । ସୁବର୍ଣ୍ଣ ଆଭୂଷଣରେ ସଜେଇ ହେବେ ବ୍ରହ୍ମାଣ୍ଡଠାକୁର । ଆଷାଢ ଶୁକ୍ଳପକ୍ଷ ଏକାଦଶୀରେ ରଥାରୂଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୁଏ । ଦାରୁବ୍ରହ୍ମଙ୍କ ଏହି ରାଜକୀୟ ଠାଣି ବେଶର ଦର୍ଶନ ପାଇଁ ବଡଦାଣ୍ଡକୁ ଛୁଟିବ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ । ପ୍ରାୟ ୧୩୮ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେହରେ । ତେବେ ଧାର୍ଯ୍ୟ ନୀତି ଅନୁୟାୟୀ, ସନ୍ଧ୍ୟା ୫ଟାରୁ ଏହି ବେଶ ଦର୍ଶନ ଆରମ୍ଭ ହେବ । ରାତ୍ର ପ୍ରାୟ ୧୧ଟା ପର୍ଯ୍ୟନ୍ତ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ । ଅନ୍ୟପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ଜଗତ ଠାକୁର ସେ । ଭୂଷଣ ପ୍ରିୟ ଶ୍ରୀବିଗ୍ରହ । ବର୍ଷ ତମାମ ବିଭିନ୍ନ ପ୍ରକାର ବେଶରେ ବିମଣ୍ଡିତ ହୋଇଥାନ୍ତି । ହେଲେ ସୁନାବେଶରେ ସର୍ବାଧିକ ସୁନା ଆଭୂଷଣ କରିଥାନ୍ତି ବ୍ରହ୍ମାଣ୍ଡଠାକୁର । ଶ୍ରୀଜିଉଙ୍କ ସକାଳଧୂପ ପରେ ମଧ୍ୟାହ୍ନ ଧୂପ ନୀତି ସରିବା ପରେ ସୁନାବେଶ ଆରମ୍ଭ ହେବ । ରଥ ଉପରେ ସୁନାବେଶର ସ୍ୱତନ୍ତ୍ରତା ରହିଛି । ତେବେ ଏହି ବେଶକୁ ରାଜବେଶ,ରାଜରାଜେଶ୍ବର, ରାଜାଧିରାଜ ବା ବଡତଢାଉ ବେଶ ମଧ୍ୟ କୁହାଯାଏ ।

0 Comments