ସ ୨୧ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଆସନ୍ତା ୧୨ ତାରିଖରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ଯିବ । ଏଥିପାଇଁ ୩୧୪ ନୋଡାଲ ସେଣ୍ଟର ଖୋଲାଯାଇଛି । ୨୧ଟି ପୋଲିସ ଷ୍ଟେସନରେ କରାଯାଇଛି ନୋଡାଲ ସେଣ୍ଟର । ୧୨ ତାରିଖରୁ ପ୍ରଶ୍ନ ପତ୍ର ପଠାଯିବ ଓ ୧୯ ତାରିଖ ମଧ୍ୟରେ ଏହା ଶେଷ ହେବ । ମୋଟ ୩୧୩୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରୀକ୍ଷାକୁ ନେଇ କଣ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ସବିଶେଷ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ନିହାର ରଞ୍ଜନ ମହାନ୍ତି ।
ମାଟ୍ରିକ ପରୀକ୍ଷା ସରିବାର ମାସକ ପରେ ଫଳ ପ୍ରକାଶ ପାଇବ । ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ପରୀକ୍ଷା ପାଇଁ 600 ସେଣ୍ଟରରେ ସିସିଟିଭିର ହେବ ଲାଇଭ ଷ୍ଟ୍ରିମିଂ । ଏଥର ୪ ଥାକିଆ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି । 70 ଜିଲ୍ଲା ଶିକ୍ଷା ଅଧିକାରୀଙ୍କ, 30 ବୋର୍ଡ଼ର ,42 ରାଜ୍ୟ ସରକାରଙ୍କ ପୋଲିସର 30 ଟି ସ୍କ୍ୱାର୍ଡ। ପ୍ରତିପ୍ରଶ୍ନରେ ରହିବ ସିରିଏଲ ନମ୍ବର । ଲିକ ହେଲେ ତାହା କାହାର ଜଣାପଡ଼ିଯିବ।
ପ୍ରତି ଦିନ ସକାଳ 9 ରେ ଆରମ୍ଭ ହେବ ପରୀକ୍ଷା । ଦିନକୁ ଗୋଟିଏ ସିଟିଂରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରୀକ୍ଷା ପୂର୍ବରୁ ନୋଡାଲ ସେଣ୍ଟରରୁ ପ୍ରଶ୍ନ ପତ୍ର 7 ଟା 30 ରୁ 8 ଟା 30ରେ ପହଞ୍ଚିବ । 2017 ମସିହାରୁ ପରୀକ୍ଷା କେନ୍ଦ୍ର ମୋବାଇଲ ବ୍ୟାନ କରାଯାଇଛି । ମୋବାଇଲ ନେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାବ ହେବ ।