କଟକ: ଅନ୍ତର୍ଜାତୀୟ ସ୍ତରୀୟ ମ୍ୟାଚ ଆୟୋଜନରେ ଓସିଏର ବଡ଼ ବିଫଳତା । ବଦନାମ ମୁଣ୍ଡାଇଲା କଟକ । ଆଉ ବିଶ୍ୱରେ ବଦନାମ ହେଲା ବାରବାଟୀ । ଏହି ଘଟଣାକୁ ନେଇ ଓସିଏ ସମ୍ପାଦକ ଯେଉଁ ସ୍ପଷ୍ଟୀକରଣ ରଖିଛନ୍ତି ତାହାକୁ ପିଲାଳିଆମୀ ଆଉ ବାଚାଳମୀ କହିଛନ୍ତି କ୍ରୀଡ଼ାବିତ । କେବଳ ସେତିକି ନୁହେଁ ଓସିଏ ସମ୍ପାଦକ କେବଳ ପାସ ବାଣ୍ଟି ରାଜନେତାଙ୍କୁ ସନ୍ତୁଷ୍ଟ କରିଥିବା ଅଭିଯୋଗ କରିବା ସହ ଇସ୍ତଫା ଦେଇଦେବା ଉଚିତ ବୋଲି କହିଛନ୍ତି ଓସିଏର ପୂର୍ବତନ କାଉନସିଲ ସଦସ୍ୟ ବ୍ରଜ ନନ୍ଦ । ସେହିପର
ି ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋଷ ଏବଂ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଏହି ଘଟଣାକୁ ନିନ୍ଦା କରିବା ସହ ସଠିକ ତଦନ୍ତ କରିବାକୁ ଦାବି କରିଛନ୍ତି ।
ମ୍ୟାଚ ଆୟୋଜନକୁ ନେଇ ସାରା ବିଶ୍ୱରେ ଲଜ୍ଜିତ ହୋଇଛି ବାରବାଟୀ । ମ୍ୟାଚ ଅଧାରୁ ଫ୍ଲଡ଼ ଲାଇଟ ବନ୍ଦ ହୋଇଯିବା ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଛି । ୫ କି ୧୦ ମିନିଟ ନୁହେଁ ବରଂ ୩୦ ମିନିଟ ରୁ ଅଧିକ ସମୟ ଧରି ଲାଇଟ ବନ୍ଦ ହେବା ଘଟଣାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ଏହି ଘଟଣାକୁ ନେଇ କ୍ରୀଡା ବିଭାଗ ଓସିଏକୁ କାରଣ ଦର୍ଶଅ ନୋଟିସ ଜାରି କରିଥିବା ବେଳେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛି ଓସିଏ ।
ବଡ଼ କଥା ହେଉଛି ନିଜର ଦୋଷ ଦୃବଳତାକୁ ସ୍ୱୀକାର କରିବା ପରିବର୍ତ୍ତେ ଅନ୍ୟ ଉପରେ ଦୋଷ ଲଦି ଖସି ଯିବାକୁ ବସିଛି ଓସିଏ । ଅର୍ଥାତ ନିଜର ଦୋଷ ମୁଣ୍ଡାଇ ବାକୁ ନାରାଜ ଓସିଏ । ଏହା ଉପରେ ପ୍ରତିକ୍ରିୟା ରଖି ସମ୍ପାଦକ ସଞ୍ଜୟ ବେହେରା ଯାହା କହିଛନ୍ତି ତାହା କୁ ନେଇ ବି ଅନେକ ପ୍ରଶ୍ନବାଚି ସୃଷ୍ଟି କରିଛି । କହିବାକୁ ଗଲେ ବ୍ୟାକଅପ୍ ଜେନେରେଟର ନ ରଖି ଟିମ ବସ ଚାଳକକୁ ଦୋଷ ଦେଇ ନିଜ ମୁଣ୍ଡରୁ ଦୋଷ ଖସେଇବା ଭଳି ଭଲ ଯୋଜନା ହାତକୁ ନେଇଛି ଓସିଏ ।
ଟିମ ଇଣ୍ଡିଆ ବ୍ୟାଟିଂ ସମୟରେ ଫ୍ଲଡ଼ ଲାଇଟ ଜଳିବା ପାଇଁ ସଂଯୋଗ ହୋଇଥିବା ଜେନେରେଟର ଓଭରଲୋଡ଼ ହେବାରୁ ଫ୍ଲଡ଼ ଲାଇଟ ବନ୍ଦ ହୋଇଥିଲା । ସଙ୍ଗେ ସଙ୍ଗେ ବ୍ୟାକଅପ ଜେନେରେଟର ଆଣିବା ସମୟରେ, ଟିମ ବସ "ରାସ୍ତାରେ ସମସ୍ୟା ସୃଷ୍ଟି କରିଥିଲା । ସେହିପରି ଚାଳକ ଖେଳ ଦେଖିବା ପାଇଁ ଯାଇଥିବା କାରଣରୁ ତାକୁ ଖୋଜି ବସ ସାଇଡ କରିବା ପାଇଁ ସମୟ ନେଇଥିଲା । ଯେଉଁ କାରଣରୁ ମ୍ୟାଚ ଆରମ୍ଭ ବିଳମ୍ବ ହୋଇଥିଲା," ବୋଲି ସମ୍ପାଦକ ସଞ୍ଜୟ ବେହେରା ସ୍ପଷ୍ଟୀକରଣ ରଖିଛନ୍ତି । "ଏହାବ୍ୟତୀତ କେବଳ ବାରବାଟୀ ନୁହେଁ ଅନ୍ୟ ଷ୍ଟାଡିଅମରେ ମଧ୍ୟ ଏଭଳି କୁଆଡେ ଫ୍ଲଡ଼ ଲାଇଟ ବନ୍ଦ ହେବାର ନଜିର ରହିଛି । ଏଭଳି ଘଟଣା ଆଗମୀ ଦିନରେ ହେବନି ଏବଂ ଏନେଇ ଏକ ତଦନ୍ତ ନିଶ୍ଚୟ ହେବ," ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।