କଟକ: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ 2025 । ଏଥର ପାସ୍ ହାର 94.69% । ଗଣଶିକ୍ଷା ମନ୍ତ୍ରୀ ଓ ବୋର୍ଡ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ରେଜଲ୍ଟ ପ୍ରକାଶ ପାଇଛି । ଚଳିତବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ଗଜପତି ଜିଲ୍ଲାରେ ସର୍ବାଧିକ ପାସ ହାର ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ପାସ ହାର ରହିଛି । 3273 ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବାବେଳେ କୌଣସି ସ୍କୁଲରେ ନିଲ୍ ରେଜଲ୍ଟ ହୋଇନାହିଁ।
ଚଳିତବର୍ଷ A-1 ରେ 1813 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ A-2 ରେ 12232 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।ସେହିପରି B- 1 ରେ 38855 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ B -2 ରେ 85018 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। C ଗ୍ରେଡ ରେ 133977 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଚଳିତବର୍ଷ 8436 ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ।
ସନ୍ଧ୍ୟା ୬ ଟାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ । ଯେଉଁ ଠାରେ ଇଣ୍ଟରନେଟ ସୁବିଧା ନଥିବ ,ନିଜର ମୋବାଇଲ ମାଧ୍ୟମରେ ଛାତ୍
ଛାତ୍ରୀ ମାନେ ରେଜଲ୍ଟ ଜାଣି ପାରିବେ । ମୋବାଇଲ ମାଧ୍ୟମରେ ରେଜଲ୍ଟ ଜାଣିବାକୁ ହେଲେ ନିଜର ମୋବାଇଲରୁ
OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କଲେ ରେଜଲ୍ଟ ଜାଣିପାରିବେ ।
ସ୍କୁଲର ପ୍ରଧାନ ଶିକ୍ଷକ ମାନେ ସନ୍ଧ୍ୟା ୭ ପରେ ୱେବସାଇଟରୁ ଡାଉନଲୋଡ଼ କରିପାରିବେ । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ଷ୍ଟେଟ ଓପନ ସ୍କୁଲ ଏବଂ ମଧ୍ୟମା ଛାତ୍ରଛାତ୍ରୀ ମାନଙ୍କର ରେଜଲ୍ଟ ଆସନ୍ତାକାଲି(ଶୁକ୍ରବାର) ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଚଳିତ ବର୍ଷ 5 ଲକ୍ଷ 22 ହଜାର 336 ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମାଟ୍ରିକ ପରୀକ୍ଷାର୍ଥୀ 600 ନମ୍ବରରେ ପରୀକ୍ଷା ଦେଇଥିଲେ । ସେଥିରୁ 50 ମାର୍କ ସବଜେକ୍ଟିଭ ଥିବା ବେଳେ 50 ମାର୍କ ଅବଜେକ୍ଚିଭ ଥିଲା । ମାଟ୍ରିକ ସହ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଏକା ସହିତ ମୂଲ୍ୟାୟନ କରାଯାଇଛି । ତେବେ ଚଳିତ ବର୍ଷ ସାମାଜିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା ।