କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ ହରିଶ ଟଣ୍ଡନ । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଜଷ୍ଟିସ ଟଣ୍ଡନ ବର୍ତ୍ତମାନ କଲିକତା ହାଇକୋର୍ଟ

ଚଳିତ ବର୍ଷ ଜାନୁଆରୀ ୧୯ ତାରିଖରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଅବସର ନେଇଥିଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ସେବେ ଠାରୁ ସ୍ଥାୟୀ ମୁଖ୍ୟ ବିଚାରପତିଙ୍କ ପଦ ଖାଲି ପଡିଥିଲା । ତେବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି ।
ଜଷ୍ଟିସ ହରିଶ ଟଣ୍ଡନଙ୍କୁ 2020 ଏପ୍ରିଲ 13ରେ କଲିକତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ସେବେ ଠାରୁ ଜଷ୍ଟିସ ଟଣ୍ଡନ କଲିକତା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି । ଜଷ୍ଟିସ ଟଣ୍ଡନ ହାଇକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି । ତେବେ ହାଇକୋର୍ଟର ବିଚାରପତି ଭାବରେ ପଦନ୍ନୋତି ପୂର୍ବରୁ ସେ କଲିକତା ହାଇକୋର୍ଟରେ ଦେୱାନୀ ମାମଲାରେ ପ୍ରାକ୍ଟିସ କରିଥିଲେ । ନ୍ୟାୟ ପ୍ରଦାନ କରିବାରେ ତାଙ୍କର ବେଶ ଅଭିଜ୍ଞତା ରହିଛି । ତାଙ୍କୁ ଜଣେ ଦକ୍ଷ ବିଚାରପତି ଭାବେ ବିବେଚନା କରାଯାଏ ।
ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟଙ୍କ କଲେଜିୟମ । ଜଷ୍ଟିସ ଅରିନ୍ଦମ ସିହ୍ନା ହେବେ ଆହ୍ଲାବାଦ ହାଇକୋର୍ଟର ବିଚାରପତି । ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅବସର ନେବା ପରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ବରିଷ୍ଠ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ।
0 Comments