କଟକ/ ଭୁବନେଶ୍ୱର:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ପୂର୍ବକ୍ଷେତ୍ରର କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-୧ ସାମାନ୍ୟ କଟକ ଗତିରାଉତ ପାଟଣା ସ୍ଥିତ ଶିଶୁବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହେଉଅଛି । ଗତ ମେ ୧୧ ତାରିଖ ଦିନ ଏହି ବର୍ଗ ଉଦ୍‌ଘାଟିତ ହୋଇଥିଲା । ୨୦ ଦିବସୀୟ ପ୍ରଶିକ୍ଷଣ ବର୍ଗରେ ସିକିମ, ଆଣ୍ଡାମାନ, ପଶ୍ଚିମବଙ୍ଗ ଓ ଓଡିଶାରୁ ୨୨୧ ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇଛନ୍ତି । ବର୍ଗର ସର୍ବାଧିକାରୀ ଭାବେ ସଂଘର କଟକ ବିଭାଗ ସଂଘଚାଳକ ଗୌତମ ମହାରଣା, ସମ୍ବଲପୁର ବିଭାଗ ସଂଘଚାଳକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବର୍ଗକାର୍ଯ୍ୟବାହ ଏବଂ କେଦାର ମେହେର ବର୍ଗ ମୁଖ୍ୟ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ମେ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ବର୍ଗରେ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ । 

 ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପୂର୍ବର ସଂଘଶିକ୍ଷା ବର୍ଗ (ସାମାନ୍ୟ) ୧୫ ଦିବସୀୟ ପ୍ରଶିକ୍ଷଣ ବର୍ଗ ଏହି ଶିଶୁବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହେଉଅଛି । ଏହି ପ୍ରଶିକ୍ଷଣ ବର୍ଗରେ ଓଡ଼ିଶାର ୧୮ଟି ଜିଲ୍ଲା ଓ ୧ଟି ମହାନଗରରୁ ୪୪୬ ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇଛନ୍ତି । ବର୍ଗର ସର୍ବାଧିକାରୀ ଭାବେ ମୟୁରଭଞ୍ଜ ବିଭାଗ ସଂଘଚାଳକ ରତିକାନ୍ତ ବୈଦ୍ୟ, ମୟୁରଭଞ୍ଜ ଜିଲ୍ଲା ସହ ବିଭାଗ କାର୍ଯ୍ୟବାହ ଚୈତନ୍ୟ ପ୍ରସାଦ ବାରିକ ବର୍ଗକାର୍ଯ୍ୟବାହ, କଟକ ଜିଲ୍ଲା ସହକାର୍ଯ୍ୟବାହ ରାଜେଶ କୁମ

ର ଜେନା ବର୍ଗ ମୁଖ୍ୟଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ବର୍ଗର ଉଦ୍‌ଘାଟନ ମେ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏହି ଦୁଇଟି ବର୍ଗ ଜୁନ ୧ ତାରିଖ ଦିନ ସମାରୋପ ହେବ ।

 ମେ ୧୬ ତାରିଖରୁ ସଂଘଶିକ୍ଷା ବର୍ଗ ବିଶେଷ ବିକାଶ ଆବାସିକ ବିଦ୍ୟାଳୟ, ଜୁନାଗଡ ରୋଡ, ଭବାନୀପାଟଣାରେ ଅନୁଷ୍ଠିତ ହେଉଅଛି । ଏହି ବର୍ଗ ଜୁନ ୧ତାରିଖରେ ସମାରୋପ ହେବ । ଏହି ବର୍ଗରେ ଓଡିଶା ପୂର୍ବରୁ ୯୨ ଏବଂ ଓଡିଶା ପଶ୍ଚିମରୁ ୩୨ ଜଣ, ମୋଟ ୧୨୪ ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇଛନ୍ତି । ଏଠାରେ ଗଜପତି ଜିଲ୍ଲା ସଂଘଚାଳକ ଗୌରାଙ୍ଗ ପାଣିଗ୍ରାହୀ ବର୍ଗ ସର୍ବାଧିକାରୀ, ରାୟଗଡା ଜିଲ୍ଲା ସେବା ପ୍ରମୁଖ ରାମଚନ୍ଦ୍ର ସାହୁ ବର୍ଗ କାର୍ଯ୍ୟବାହ ଏବଂ ରାଉରକେଲା ବିଭାଗ ଶାରିରୀକ ପ୍ରମୁଖ ସୁରେନ୍ଦ୍ର ଶତପଥି ମୁଖ୍ୟ ଶିକ୍ଷକ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେହିପରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପଶ୍ଚିମର ସଂଘଶିକ୍ଷା ବର୍ଗ (ସାମାନ୍ୟ) ୧୫ ଦିବସୀୟ ପ୍ରଶିକ୍ଷଣ ବର୍ଗ  ବିକାଶ ଆବାସିକ ବିଦ୍ୟାଳୟ, ଜୁନାଗଡ ରୋଡ, ଭବାନୀପାଟଣା ଠାରେ ଅନୁଷ୍ଠିତ ହେଉଅଛି । ଏଠାରେ ରାଉରକେଲା ବିଭାଗ ସଂଘଚାଳକ ଅନାଦୀ ଚରଣ ମହାନ୍ତି ବର୍ଗ ସର୍ବାଧିକାରୀ,କୋରାପୁଟ ବିଭାଗ ବୌଦ୍ଧିକ ପ୍ରମୁଖ ଅଶୋକ ସାହୁ ବର୍ଗ କାର୍ଯ୍ୟବାହ,ସହ ଜିଲ୍ଲା କାର୍ଯ୍ୟବାହ ସାନୁ କୋଡେ ମୁଖ୍ୟ ଶିକ୍ଷକ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏଠାରେ ୨୭୦ ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇଛନ୍ତି ।

0 Comments