କଟକ: ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଟକରେ ୪୯ ତମ ରାଜ୍ୟ ଅଧିବେଶନରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

fba9a0, __Noto_Sans_Fallback_fba9a0; font-size: 17px;">ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ପୂର୍ବ ସରକାର ଏହାକୁ ହୀନ ଚକ୍ରାନ୍ତ କରି ବନ୍ଦ କରିଥିଲେ । କିନ୍ତୁ ଏହା କେବେବି ଗ୍ରହଣୀୟ ନୁହେଁ । ଏଣିକି ପ୍ରତିବର୍ଷ ହେବ ନିର୍ବାଚନ ।" ଏହାସହ ରାଜ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ କହିଛନ୍ତି, "2036 ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ହେବ। ଦେଶର ପ୍ରମୁଖ 5ଟି ରାଜ୍ୟ ମଧ୍ୟରେ ଓଡି଼ଶା ସ୍ଥାନିତ ହେବ । ଓଡି଼ଶାର ସାମଗ୍ରିକ ବିକାଶ ଦିଗରେ ସରକାର କାମ କରୁଛନ୍ତି । ନିଷ୍ଠା ଓ ତ୍ୟାଗର ପ୍ରତୀକ ହେଉଛି ଏବିଭିପି । ଦୀର୍ଘ 24 ବର୍ଷ ପରେ ଦୁର୍ନୀତି ଭ୍ରଷ୍ଟାଚାର ସରକାର ବଙ୍ଗୋପସାଗରରେ ଲୀନ ହୋଇଛି । ABVP ର ସହଯୋଗରେ ଏହି ନୂଆ ସରକାର ଆସଛି । କଲେଜରେ ପଢିବା ଦିନଠାରୁ ଛାତ୍ର ସଂସଦ ନିର୍ବାଚନରେ ମୁଁ ଏବିଭିପିକୁ ଭୋଟ ଦାନ କରିଛି । AVBPର କର୍ମକର୍ତ୍ତାମାନଙ୍କ ଯୋଗୁଁ ବିଜେପିର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଛି । ସରକାରରେ ଯୁବକଯୁବତୀଙ୍କୁ ଚାକିରି ମିଳୁନଥିଲା । ଆସନ୍ତା 5 ବର୍ଷରେ ସାଢେ 3 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସିଲେକ୍ସନ ବେଳେ ପକ୍ଷପାତିତା କଲେ କଠୋର ଦଣ୍ଡର ବ୍ୟବସ୍ଥା ଆମ ସରକାର କରିଛି ।"

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ଗତ ୨୪ ବର୍ଷ ଧରି ସରକାରରେ ଥିବା ବିଜେଡି ସରକାର ହୀନ ଚକ୍ରାନ୍ତ କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଦେଇଥିଲେ । ସଂସଦ ନିର୍ବାଚନର ଫଳାଫଳ ପୂର୍ବ ସରକାରକୁ ଭୟଭୀତ କରିଥିଲା । ଏଣିକି ଛାତ୍ର ସଂସଦ ନିର୍ବାଚନ କେବେ ବି ବନ୍ଦ ହେବ ନାହିଁ ।" ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ABVPର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି, "ଏବିଭିପି ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛି । ଦୀର୍ଘ 6 ବର୍ଷ ଧରି ପୂର୍ବ ସରକାର ନିର୍ବାଚନକୁ ବନ୍ଦ କରିଥିଲେ । ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ । 368ଟି କଲେଜରେ ନିର୍ବାଚନ ଫଳାଫଳ ABVP ସପକ୍ଷରେ ଯିବ ।"

0 Comments