ଭୁବନେଶ୍ବର: ବଜାରକୁ ଆସିଲା ଓମ୍ଫେଡ଼ ଗୋଲ୍ଡ ପ୍ଲସ (Omfed Gold Plus) କ୍ଷୀର । ଗେରୁଆ ରଙ୍ଗର ଆସିବ ଏହି କ୍ଷୀର ପ୍ୟାକେଟ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଓମ୍ଫେଡ଼ ଭେଣ୍ଡିଂ ମେସିନ । ୪.୫ ପ୍ରତିଶତ ଫ୍ୟାଟ ସହ ବଜାରକୁ ଆସିଛି ଏହି ନୂଆ କ୍ଷୀର । ଏହାର ମାର୍କେଟ ଦର ଅଧା ଲିଟରକୁ ୨୮ ଟଙ୍କା ରହିଛି । ବଜାରରେ ଅନ୍ୟ କମ୍ପାନୀର ୪.୫ ପ୍ରତିଶତ ଫ୍ୟାଟ ଯୁକ୍ତ କ୍ଷୀର ଦରଠୁ ଏହାର ଦର କମ୍ ରହିଛି । ପୂର୍ବରୁ ଆସୁଥିବା ଓମ୍ଫେଡ୍ ଗୋଲ୍ଡ ବଦଳରେ ଏବେ ଗୋଲ୍ଡ ପ୍ଲସ ବଜାରକୁ ଆସିବ । ପୂର୍ବ ପରି ପିଙ୍କ୍ ଏବଂ ବ୍ଲୁ କଲର କ୍ଷୀର ମଧ୍ୟ ବଜାରକୁ ଆସିବ । ସେହିପରି ରାଜ୍ୟରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା

ric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;"> ଲାଗୁ ହେବା ।

ଭୁବନେଶ୍ୱରରେ ପ୍ରଥମ ଥର ଆୟୋଜିତ ହୋଇଛି ପଶୁ ପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ମୌସୁମୀ ବୈଠକ । ୧୫ ରାଜ୍ୟର ବିଭିନ୍ନ ଉଦ୍ୟୋଗୀ ଓ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଲଡ଼ ପ୍ଲସ କ୍ଷୀର ପ୍ୟାକେଟର ଶୁଭ ଉଦଘାଟନ କରିଛନ୍ତି । ଏହି ଜାତୀୟ ସ୍ତରୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, "ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ ହେବାକୁ ଯାଉଛି । ଏଥିରେ ନୂଆ ସରକାରର ୧୦୦ ଦିନିଆ ଟାର୍ଗେଟ ଭିତରେ ପଶୁ ସମ୍ପଦ ବିଭାଗକୁ ଅଗ୍ରାଧିକାର ମିଳିବ । ଏଥିପାଇଁ ପ୍ରାୟ ୧୪୨୪ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ପାଲ୍ୟୁଟ୍ରି ପ୍ରଡକ୍ସନ ପାଇଁ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ପ୍ରସ୍ତୁତ ହେଉଛି । ଗାଈଗୋରୁଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସା ପାଇଁ ଗୋ-ମାତା ଯୋଜନା କରାଯାଇଛି । ବୁଲା ଗାଈଗୋରୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା କରାଯାଇଛି । ପଶୁ ସମ୍ପଦ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।"

ସେହିପରି ବଜାରରେ ଉପଲବ୍ଧ ହେବ ଏହି ଗେରୁଆ ରଙ୍ଗ ପ୍ୟାକେଟ କ୍ଷୀର ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଏହି ନୂଆ କ୍ଷୀର ପ୍ୟାକେଟ ଅନ୍ୟ କ୍ଷୀର ଅପେକ୍ଷା ଅଧିକ ଗୁଣବତ୍ତା ବହନ କରୁଛି ବୋଲି କହିଛନ୍ତି ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମାର୍କେଟ ଚାହିଦାକୁ ଦେଖି ଏହି କ୍ଷୀର ଲଞ୍ଚ କରାଯାଇଛି । ଅନ୍ୟ କ୍ଷୀରର ମୂଲ୍ୟ ଯାହା ରହିଛି ଗୋଲଡ଼ ପ୍ଲସ କ୍ଷୀର ପ୍ୟାକେଟ ମୂଲ୍ୟ ମଧ୍ୟ ପଖାପାଖି ସମାନ ରହିଛି । ଏହି ଅବସରରେ ମନ୍ତ୍ରୀ ଗୋକୁକନନ୍ଦ ମଲ୍ଲିକ କହିଛନ୍ତି, "ପଶୁ ସମ୍ପଦ କ୍ଷେତ୍ରରେ ଆମ ସରକାର କାର୍ଯ୍ୟ କରିବ । ଓଡ଼ିଶା ସରକାରଙ୍କ ୧୦୦ ଦିନର ଯୋଜନାରେ ଆମ ବିଭାଗ ମଧ୍ୟ ରହିଛି । ଆମ ବିଭାଗ ଅନେକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରିଛି । ଗୋକୁଳ ମିଶନରେ ଅନେକ ଗ୍ରାମାଞ୍ଚଳ ଲୋକେ ସ୍ୱାବଲମ୍ବୀ ହେବେ ।

0 Comments