ଧର୍ମଶାଳା:ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଂଚାୟତ କୁଣ୍ଡପାଟଣାସ୍ଥିତ ଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ରାତିରେ ତାଲା ଭାଙ୍ଗି କେହି ଦୃବୃତ ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ସହ ହାତ ଘଂଟି ,ବାସନକୁସନ ସାମଗ୍ରୀ ଓ ଲାଇବ୍ରେରୀ ଆଲମିରାରେ ଥିବା ବହୁ ଦାମୀ ବହି ଚୋରି କରି ନେଇଥିବା ନେଇ ବ୍ରହ୍ମବରଦା ଥାନାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁସମା ସାମଲ ଏତଲା ଦେଇଛନ୍ତି । ଏତଲା ପାଇ ପୋଲିସ ଘଟଣାସ୍ଥଳରେ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଧିକ ତଥ୍ୟ ସଂଗ୍ରହ ପାଇଁ ସାଇଂଟିଫିକ୍ ଟିମ୍ ସହାୟତା ନେଇଛି । ଅପରାହ୍ନରେ ସାଇଁଟିଫିକ୍ ଟିମ୍ ବିଦ୍ୟାଳୟରେ ପଂହଚି ବିିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରିଛି । ତେବେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଦୃଢ ନିନ୍ଦା କରାଯାଇଛି । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ପ୍ରଧାନଶିକ୍ଷୟିତ୍ରୀ ଜିଲା ଶିକ୍ଷା ଅଧିକାରୀ , ବ୍ଲକ ଶିକ୍ଷା ଅଧିକାରୀ ଓ ରସୁଲପୁର ବିଡିଓଙ୍କୁ ଅବଗତ କରାଇଥିଲେ । ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ଆଜି ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା ।

46, 246);" />
ଅଭିଯୋଗ ମୁତବକ,ରାଉତରାପୁର ପଂଚାୟତସ୍ଥିତ ଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟ ମଙ୍ଗଳବାର ଦିନ ୪ଟାରେ ବିଦ୍ୟାଳୟ ଛୁଟି ହୋଇଥିଲା । ଫଳରେ ସମସ୍ତ ଶ୍ରେଣୀ ଗୃହ ଓ ମୁଖ୍ୟ ଫାଟକରେ ତାଲା ପକାଯାଇଥିଲା । ପରେ ସମସ୍ତ ଶିକ୍ଷା କର୍ମଚାରୀ ସେଠାରୁ ଚାଲି ଯାଇଥିଲେ । ଆଜି ସକାଳ ସମୟରେ ବିଦ୍ୟାଳୟର ଶିକ୍ଷକ ଫାଟ ଦେଇ ଆସିବା ପରେ ବିଦ୍ୟାଳୟର ୭ ଗୋଟି ଶ୍ରେଣୀ ଗୃହ ଖୋଲା ରହିବା ସହ ସମସ୍ତ ଗୃହର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏହାକୁ ଦେଖି ସେ ପ୍ରଧାନଶିକ୍ଷୟିତ୍ରୀ ସୁସମା ସାମଲ ଓ ରାଉତରାପୁର ସରପଂଚ ସ୍ୱର୍ଣ୍ଣଲତା ସାହୁଙ୍କୁ ଜଣାଇଥିଲେ । ବିଦ୍ୟାଳୟ ପରିସରରେ ପଂହଚିବା ପରେ ତାଲା ଭଙ୍ଗା ଯାଇ ଦୃବୃତମାନେ ୫ଗୋଟି କମ୍ପ୍ୟୁଟର,ଗୋଟିଏ ହାତ ଘଂଟି,ସମସ୍ତ ବାସନକୁସନ ସାମଗ୍ରୀ ଓ ଲାଇବ୍ରେରୀରେ ଥିବା ବହୁ ଗୁରୁତ୍ୱ ପୁର୍ଣ୍ଣ ବହି ନେଇଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବ୍ରହ୍ମବରଦା ଥାନା ଅଧିକାରୀ ଶରତ ଚନ୍ଦ୍ର ନାୟକ ସଦଳବଳେ ଘଟଣାସ୍ଥଳରେ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଅନ୍ୟପକ୍ଷେ ବିଦ୍ୟାଳୟରେ କେହି ରାତ୍ର ଜଗୁଆଳୀ ଓ ସିସି କ୍ୟାମେରା ନ ଥିବା ଜଣାପଡିଛି । ଫଳରେ ଦୃବୃତମାନେ ଅତି ଚତୁରତାର ସହ ସମସ୍ତ ସାମଗ୍ରୀ ଚୋରି କରି ଫେରାର ହୋଇ ଯାଇଥିବା ଜଣାପଡିଛି ।

0 Comments