ଭଦ୍ରକ, - ଏହି ଜିଲାର ଧାମନଗର ତହସିଲ ଅଧୀନ ଆନନ୍ଦପୁର ପଞ୍ଚାୟତର ଚାଲିଥିବା ବେଆଇନ୍ ବାଲିଘାଟ ଉପରେ ଖଣି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଖଣି ବିଭାଗର ଭଦ୍ରକ ଜିଲା କ୍ଷେତ୍ର ଅଧିକାରୀ ଅନିଲ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ସକାଳୁ ଆନନ୍ଦପୁରରେ ପହଞ୍ôଚ ଚଢାଉ କରିଥିଲା । ଧାମନଗର ତହସିଲଦାର ଦୀପକ ଦାସ, ସୁପରଭାଇଜର ଧନେଶ୍ୱର ମାରାଣ୍ଡି, ସୋଧ ରାଜସ୍ୱ ନିରୀକ୍ଷକ ଚୁଲବୁଲ ସିଂହ ମଧ୍ୟ ଏହି ଚଢଉରେ ସାମିଲ ହୋଇଥିଲେ । ଚଢଉ ପାଇଁ ଧାମନଗର ଥାନା ପକ୍ଷରୁ ପୁଲିସ୍ ସହାୟତା ଯୋଗାଇ ଦିଆଯାଇଥିଲା । ଏନଫୋର୍ସମେଣ୍ଟ ଟିମ୍ ପ୍ରଥମେ ଦିହୁଡି ଆନନ୍ଦପୁର-ସିଦ୍ଧେଶ୍ୱର ବୈତରଣୀ ସେତୁ ନିକଟରେ ପହଞ୍ôଚ ଆନନ୍ଦପୁର ମୌଜାର ପ୍ଲଟ୍ ନଂ ୬୩୬ ରେ କୃଷ୍ଣ ଯେନାଙ୍କ ପାଳରେ ହୋଇଥିବା ପୁରୁଣା ଗାଡା ଓ ତାର ପୂର୍ବ ଦିଗକୁ ପ୍ଲଟ୍ ନଂ ୬୩୭ ରେ ହୋଇଥିବା ନୂଆ ଗଡାକୁ ଅନୁଧ୍ୟାନ କରିଥିଲେ । ସୈରାତ ଉତ୍ସ ନିଲାମ ନଥିବାବେଳେ ଦୁଇଟି ଯାକ ଗଡା ବେଆଇନ୍ ଭାବେ କରାଯାଇ ବୈତରଣୀ ନଦୀ ଗର୍ଭରୁ ବାଲି ଉଠାଯାଉଥିଲା । ଏଡ଼ଫୋର୍ସମେଣ୍ଟ ଟିମ୍ ଟିକନିଖି ବୁଲି ଦେଖିବା ପରେ ଡୋଜର ଡକାଇଥିଲା । ହେଲେ ସ୍ଥାନୀୟ ବାଲି ଚୋରମାନେ ପରସ୍ପର ଭିତରେ କଥାବାର୍ତ୍ତା ହୋଇ ଆଖପାଖରେ ଥିବା ଡୋଜର ମାଲିକଙ୍କୁ ଭୟଭୀତ କରିଥିଲେ ଓ ଘାଟକୁ ନଆସିବାକୁ ଚେତାବନୀ ଦେଇଥିଲେ । ଡୋଜର ନଆସିବାରୁ ଏନଫୋର୍ସମେଣ୍

ଟ ଟିମ୍ ପ୍ରାୟ ଦେଢଘଣ୍ଟା ଧରି ଅପେକ୍ଷା କରି ରହିଥିଲେ । ଶେଷରେ ବାଲି ମାଫିଆଙ୍କ ବାଲି ଚୋରିରେ ସହଯୋଗ କରୁଥିବା ଗୋଟିଏ ଡୋଜରକୁ ମଗାଇଲେ । ଡୋଜର ପହଞ୍ôଚବା ପରେ ଦୁଇଟି ଯାକ ପ୍ଲଟ୍ରେ ହୋଇଥିବା ଗଡାକୁ କାଟିଥିଲେ । ବାଲି ଉଠାଯିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ସ୍ଥାନୀୟ ଲୋକେ ଦାବି କରୁଥିଲେ ଯେ ନଦୀବନ୍ଧ ପାଖରେ ଓ ନଦୀ ଗର୍ଭରେ କରାଯାଇଥିବା ଗଡାକୁ ସଂପୂର୍ଣ୍ଣ ଭାବେ ତାଡିଦେବାକୁ । ହେଲେ ଏନଫୋର୍ସମେଣ୍ଟ ଟିମ୍ ଦୁଇଟି ଗଡାରେ ମାତ୍ର ଅଳ୍ପ ତାଡି ଦେଇଥିଲେ । ଏ ଦୁଇଟି ଗଡାରେ ଗାତ ଖୋଳିଦେଇ ଉତ୍ତେଇପୁରର ମଲ୍ଲିମାହାରାରେ ଚାଲିଥିବା ବେଆଇନ୍ ଘାଟରେ ବି ଚଢଉ କରିଥିଲେ । ଅନୁରୂପ ଭାବେ ଗାତଟିଏ କରିଦେଇଥିଲେ । ଖଣି ବିଭାଗ କ୍ଷେତ୍ର ଅଧିକାରୀଙକ୍ ନେତୃତ୍ୱରେ ଆସିଥିବା ଏନଫୋର୍ସମେଣ୍ଟ ଟିମ୍ର ଏଭଳି କାର୍ଯ୍ୟ ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ବାଲି ମାଫିଆ ହସୁଥିଲେ । ନିଜ ପାଖରେ ଡୋଜର ଥିବାରୁ ଗୋଟିଏ ଘଣ୍ଟାରେ ଏ ଗାତ ବନ୍ଦ ହୋଇଯିବ ଓ ପୁଣି ବାଲି ଉଠାଇ ହେବ ବୋଲି ସେମାନେ କହୁଛନ୍ତି । ଲୋକଙ୍କ କହିବା କଥା ଯେ, ଦୁଇଟି ଯାକ ଗଡାକୁ ସଂପୂର୍ଣର୍ ଭାବେ ଖୋଳି ଦେଇଥିଲେ । ପୁଣି ଗୋଯିଏ ଗଡା କରିବାକୁ ସମୟ ଲାଗିଥାନ୍ତା । ଖର୍ଚ୍ଚାନ୍ତ ହୋଇନଥାନ୍ତେ । ଏଣୁ ବାଲି ଉଠାଇବା ବନ୍ଦ ରହିଥାନ୍ତା । ହେଲେ ଖଣି ବିଭାଗ ତାହା ନକରି ପିଲା ଖେଳ ଭଳି ଛୋଟ ଛୋଟ ଗାତ କରି ପଳାଇଗେଲ । ତେବେ ତିନିଟି ଯାକ ଘାଟରେ ଆଗାମୀ ଦିନରେ ୧୪୪ ଧାରା ଜାରି କରାଯିବ ବୋଲି ଖଣି ବିଭାଗ କ୍ଷେତ୍ର ଅଧିକାରୀ ଅନିଲ କୁମାର ଦାସ କହିଛନ୍ତି । ଏହି ତିନିଟି ସ୍ଥାନରେ ଗତ ଦୁଇବର୍ଷ ହେଲା ବେଆଇନ୍ ଭାବେ ବାଲି ଉଠାଯାଉଥିଲା । ଏଥିରେ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଥିଲା । ତେବେ ଆଜିର ଏହି ଚଢାଉ ପରେ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲେ ମଧ୍ୟ ପୁଣି ବାଲି ଚୋରା ଚାଲାଣ ପାଇଁ ପ୍ରସ୍ତୁତି ହୋଇଗଲେଣି । ଆଗକୁ ବାକି ରହିଲା କେତେଦୂର ବାଲିଚୋରା ଚାଲାଣ ବନ୍ଦ ରହିବ ନା ଚାଲୁ ରହିବ, ତାହା ଦେଖିବାକୁ

0 Comments