ଭୁବନେଶ୍ୱର, - କଟକ ଦୁର୍ଗାପୂଜା ଓ ଭସାଣି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉଭୟ ପୂଜା ଓ ଭସାଣୀ ପାଇଁ କଟକ ସହରରେ ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ୮ ଜଣ ଅତିରିକ୍ତ ଡିସିପି, ୩୪ ଜଣ ଡିଏସପି, ୫୪ ଜଣ ଇନସ୍ପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ ।

ସେହିପରି ୩୫୦ ଜଣ ଏସଆଇ ଓ ଏଏସଆଇ ନିୟୋଜିତ ରହିବେ । ସହରର ୬ଟି ଜୋନ୍ ରେ ୩୪ଟି ସହାୟତା କେନ୍ଦ୍ର ରହିବ । ଏଥିସହ ୬୦୦ ସିସିଟିଭି କ୍ୟାମେରା ନଜରରେ ରହିବ ପୂରା କଟକ ସହର ।

 ଗୁରୁବାର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରସ୍ତୁତି ନେଇ ଅନୁଷ୍ଠିତ ବୈଠକ ପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶନୀ ଏହି ସୂଚନା ଦେଇଛନ୍ତି ।

0 Comments