ଭୁବନେଶ୍ବର: STF କବଜାରେ ଏକ ଅନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ରାକେଟ । ଏହି ରାକେଟର ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ଗିରଫ ୩ ଅଭିଯୁକ୍ତ ହେଲେ ବାଲେଶ୍ଵର ଜିଲ୍ଲାର ଏସକେ ହାପିଜୁଲ , ଏସକେ ଯାହାଙ୍ଗୀର ଓ ଅନ୍ୟଜଣେ ପଶ୍ଚିମବଙ୍ଗର ଏସକେ ଜାମୀର ଉଦିନ।

ରେଡ ବେଳେ ବିଭିନ୍ନ ପ୍ରକାର ବ୍ୟାଙ୍କ ପାସ ବୁକ, ପ୍ରି ଆକ୍ଟିଭେଟେଡ଼ SIM, ଆଧାର କାର୍ଡ ଜବତ ହୋଇଛି। ଓଡିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଏହି ରାକେଟ ସକ୍ରିୟ ଥିଲା  । ଏହି ରାକେଟର ମୁଖ୍ୟ ଥିଲା ଏସକେ ଜା

ମୀର ଉଦିନ । ୧୦ ରୁ୧୫ ଜଣ ଲୋକଙ୍କୁ ଚାକିରି ଦେଇ ମାସକୁ ୧୫ ହଜାର ଟଙ୍କା ଦରମା ଦେଉଥିଲା ଅଭିଯୁକ୍ତ ଏସକେ ଜାମୀର ।

ଉପାନ୍ତ ଏରିଆରେ ଯାଇ ଗରିବ ଆଦିବାସୀ ଲୋକଙ୍କଙ୍କୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇ କହୁଥିଲେ ।  ଆକାଉଣ୍ଟ ଖୋଲିଲେ ପ୍ରତି ଏକାଉଣ୍ଟ ପିଛା ୨୦୦୦ଟଙ୍କାର ଲୋଭ ଦେଖଉଥିଲେ। ଏହି ସବୁ ବ୍ୟାଙ୍କ ଆକାଉଣ୍ଟକୁ ସାଇବରଠକଙ୍କୁ ବିକ୍ରି କରିଦେଉଥିଲେ । ଆକାଉଣ୍ଟ ବିକ୍ରି କରିବା ପାଇ ଠକ ମାନେ ବ୍ୟବହାର କରୁଥିଲେ ଟେଲିଗ୍ରାମ ଚ୍ୟାନେଲ, ଫେସବୁକ ଓ ହ୍ଵାଟ୍ସଆପ । ଗୋଟିଏ ଆକାଉଣ୍ଟକୁ ସାଇବର ଠକ ମାନଙ୍କୁ ବିକ୍ରି କରି ୧୫ ରୁ ୨୦ହାଜର ପାଉଥିଲେ ।୫ହଜାରଟି ଆକାଉଣ୍ଟ ବିକ୍ରି କରା ଯାଇଥିବା ଜାଣିବାକୁ ପାଇଛି STF ।

0 Comments