ତପନ ବେହେରା - ଘଟଗାଁ ବ୍ଲକ ଡ୍ରାଇଭର ସଂଘ ର କର୍ମକର୍ତ୍ତା ଓ ସଦସ୍ୟ ଆଜି, ଏନ. ଏଚ ପାର୍ଶ୍ୱ 'ଖଣ୍ଟ ଘର, ଟୋଲ ପ୍ଲାଜ଼ା ପାର୍ଶ୍ୱ ରେ, ଧାରଣା ରେ ବସିଥିଲେ, ଏମାନେ ଓଡିଶା ଡ୍ରାଇଭର ମହାସଂଘ, ର ଡାକରା କ୍ରମେ ଏକଜୁଟ ହୋଇ ଥିଲେ, କେନ୍ଦ୍ର ସରକାର ଙ୍କ ଡ୍ରାଇଭ ର ଙ୍କ ବିରୋଧରେ କଳା କାନୁନ କୁ ବିରୋଧ କରି ଓ ରାଜ୍ୟ ସରକାର ଙ୍କ ଡ୍ରାଇଭର ମହାସଂଘ କୁ ଦେଇଥିବା ମିଛ ପ୍ରତିଶ୍ରୁତି କୁ ଦର୍ଶାଇ ସ୍ଲୋଗାନ ଦେଇ, ଧାରଣାରେ ସମସ୍ତ ଡ୍ରାଇଭର ବସିରହିଥିଲେ, ଘରୋଇ ବସ କି ଟ୍ରକ ଚଳାଚଳ ସକାଳୁ କରିନଥିଲା। ଏନ.ଏଚ ୨୨୦ ଓ ଏନଏଚ ୨୦ଉପରେ ଆସୁ ଥିବା ଟ୍ରକ ଓ ଭାରି ଯାନ ର ଡ୍ରାଇଭର କୁ କ

ାହିଁକି ଆସିଲ ପ୍ରଶ୍ନ କରୁଥିଲେ ସଂଘ କର୍ମ କର୍ତ୍ତମାନେ। ଘଟଗାଁ ବ୍ଲକ ଡ୍ରାଇଭର ସଂଘ ର, ସଭାପତି କୁଶଧର ମହାନ୍ତ,ଉପସଭାପତି ବିଦ୍ୟାଧର ମହାନ୍ତ, ସମ୍ପାଦକ ଭାବଗ୍ରାହୀ ମହାନ୍ତ, ସହସମ୍ପାଦକ, ସୁଶାନ୍ତ କୁମାରପତ୍ର, କୋଷାଧକ୍ଷ ଉମାକାନ୍ତ ପଲେଇ, କର୍ମକର୍ତ୍ତା ସୁଦର୍ଶନ ପଲେଇ, ରାଜେନ୍ଦ୍ର କୁମାର ପାତ୍ର ପ୍ରମୁଖ, ଶାନ୍ତିପୂର୍ଣ୍ଣ ଧାରଣା କୁ ନେତୃତ୍ୱ ନେଇ ଥିବା ବେଳେ, ସମସ୍ତ ସଭ୍ୟ ମଧ୍ୟ ଉପସ୍ଥିତ ରହିଥିଲେ, ଅନ୍ୟ ପକ୍ଷରେ ଯାତ୍ରୀ ମାନେ ଯାତାୟାତ ର ଅସୁବିଧା ସମ୍ମୁଖୀନ ହୋଇଥିଲେ, ଆଜି ଢେଂକିକୋଟ ର ସାପ୍ତାହିକ ହାଟ ମଧ୍ୟ କିଛି ମାତ୍ରାରେ ବାଧା ଉପୁଜି ଥିବା ଦେଖା ଯାଇଥିଲା

0 Comments