କେନ୍ଦୁଝର:  କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବଡଘାଗରା ଠାରେ ଝୁମ୍ପୁରା ହାଇସ୍କୁଲର ୨୦୦୫ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୧୮ ବର୍ଷ ପରେ ସମସ୍ତଙ୍କୁ ଏକତ୍ରିତ କରିଥିଲା  ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଙ୍ଗତ ଦୁଇ ସହପାଠୀ କୁମଦନ ସାହୁ ଏବଂ ପାରେଶ୍ଵର ସାହୁଙ୍କ  ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା  । ସମସ୍ତ ସହପାଠୀ  ଦୀର୍ଘ ବର୍ଷ ପରେ ଏକତ୍ରିତ ହୋଇଥିବାରୁ ସ୍କୁଲବେଳର ପୁରୁଣା ସ୍କୃତିକୁ ମନେ ପକାଇ ବେସ ଖୁସି ପ୍ରକାଶ ଥିଲେ। ନିଜ କର୍

ମମୟ ଜୀବନରେ କିଛି ସମୟ ସମାଜସେବାରେ ନିଜକୁ ନିୟୋଜିତ କରିବା ପାଇଁ ସମସ୍ତେ ନିଷ୍ପତି  ନେଇଥିଲେ। ବିଷ୍ନୁ ତନ୍ତି,ସାହାବାଜ ଆଲାମ,ସାରିକ ଆନୱାର ,ସରାବିଲ ଆନସାରି,ଆବତାବ ଆଲାମ,ଲକ୍ଷ୍ମୀକାନ୍ତ ମହାନ୍ତ,ନସରୁଲା ଆନସାରୀ,ଭବାନୀ ପ୍ରସାଦ ମହାନ୍ତ ପ୍ରମୁଖଙ୍କ ଆବାହକରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଭାଲେଣ୍ଟିନା ଦାସ, ମଧୁସ୍ମିତା ମହାନ୍ତ, ଅନିତା ପ୍ରଧାନ,ରିତାରାଣୀ ମହାନ୍ତ, ସଂଗୀତା ପ୍ରଧାନ,କ୍ଷୀରୋଦିନି ସିଂ,ସ୍ୱର୍ଣ୍ଣମଞ୍ଜରୀ ସାଏ, ରଶ୍ମିତା ବେହେରା ସମେତ ସମସ୍ତ ସହପାଠୀ ଏହି କାର୍ଯ୍ୟକ୍ରମରେ ସାମିଲଥିଲେ।ପ୍ରତେକ ବର୍ଷ ଏହି ବନ୍ଧୁମିଳିନ କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା।

0 Comments