କେନ୍ଦୁଝର- ଦେଶରେ ଅଟୋମୋବାଇଲ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସୁଜୁକିର ସ୍କୁଟର ବର୍ଗର ନୂଆ ମଡେଲ ଆକସେସ ୧୨୫ ମଡେଲର ଶୁଭ ଲୋକାର୍ପଣ କାର୍ଯ୍ୟକ୍ରମ କେନ୍ଦୁଝର ସହରରେ ଅନୁଷ୍ଠିତ ହୋଇଯାଇଛି । ସୁଜୁକିର ଅଧିକୃତ ବିକ୍ରେତା ସାଇକ୍ରିତିକା ସୋ ରୁମ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସାଇକ୍ରିତିକା ସୋ ରୁମର ଚେୟାରମ୍ୟାନ ତଥା ବିଶିଷ୍ଟ ସମାଜସେବୀ ସୁରେଶ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସୁଜୁକି କମ୍ପାନୀ ସମଗ୍ର ଦେଶରେ ଅଟୋମୋବାଇଲ କ୍ଷେତ୍ରରେ ନିଜର ଗୁଣବତା,କୌ
ଶଳ ଓ ମାଇଲେଜ ପାଇଁ ଗ୍ରାହକଙ୍କର ପସନ୍ଦର ପାତ୍ର ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ । ସାଇକ୍ରିତିକାର ନିର୍ଦ୍ଦେଶକ ତନ୍ମୟ କୁମାର ପଟ୍ଟନାୟକ ,ପ୍ରଣତିରାଣୀ ପଟ୍ଟନାୟକ,ମୌସୁମୀ ଦାସ,କ୍ରିତିକା ପଟ୍ଟନାୟକ,ସାଇକ୍ରିତିକା ସୋ ରୁମର ସାଧାରଣ ପରିଚାଳକ ପ୍ରଭାତ କୁମାର ସା,ସେଲସ ମ୍ୟାନେଜର ଅଭିଷେକ ପଟ୍ଟନାୟକ ଓ ସହଯୋଗୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସତ୍ୟଜିତ ମିଶ୍ର ପରିଚାଳନା କରିଥିବାବେଳେ ବିଭିନ୍ନ ସ୍ଥାନରୁ ଗ୍ରାହକମାନେ ଆସି ସେମାନଙ୍କର ପସନ୍ଦର ଏହି ନୂତନ ମଡେଲକୁ କ୍ରୟ କରିଥିଲେ ।