ଭୁବନେଶ୍ବର: ରାଜଧାନୀରେ ରକ୍ତାକ୍ତ ହେଲା ରକ୍ତସମ୍ପର୍କ । ନିଜ ବାପାକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କଲା ଉଚ୍ଚଶିକ୍ଷିତ ପୁଅ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ଜଘନ୍ୟକାଣ୍ଡ । ହତ୍ୟାକାରୀ ପୁଅର ନାମ ଅନିରୁଦ୍ଧ ଚୌଧୁରୀ, ସେ ଜଣେ ଘରୋଇ ଲ' କଲେଜର ପ୍ରଫେସର । କାଲି ରାତିଅଧରେ ସେ ନିଜର ୬୮ ବର୍ଷୀୟ ବୃଦ୍ଧ ବାପା ସୁନୀଲ ଚୌଧୁରୀଙ୍କୁ ହତ୍ୟା କରିଥିଲେ । ତେବେ ଋଣ ବୋଝ ଯୋଗୁଁ ସେ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ରଙ୍ଗମାଟିଆ ଅଞ୍ଚଳର DHPL ଆପାର୍ଟମେଣ୍ଟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ସୁନୀଲ ଚୌଧୁରୀ ନିଜର ପୁଅ ଅନିରୁଦ୍ଧ ଏବଂ କେୟାରଟେକର ସହ ଆପାର୍ଟମେଣ୍ଟରେ ରହୁଥିଲେ । କାଲି ରାତିରେ ପୁଅ ସୁନୀଲ ଚୌଧୁରୀଙ୍କୁ ଛୁରାମାଡ କରିଥିଲେ । ଏଥିରେ ସେ ଗୁରୁତର ହୋଇପଡିଥିବା ବେଳେ ତାଙ୍କର କେୟାରଟେକର ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; margin: 0px 0px 20px; float: left; clear: both; font-size: 17px; line-height: 24px; width: 360px; font-family: __Noto_Sans_4cce57, __Noto_Sans_Fallback_4cce57;">ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଘଟଣାସ୍ଥଳରୁ ଛୁରୀ, ରକ୍ତଲଗା କପଡା ଜବତ କରିଛି ପୋଲିସ । ଏଥିସହ ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ଜଣାପଡିଛି । ତେବେ ରାଜଧାନୀରେ ଜଣେ ଉଚ୍ଚଶିକ୍ଷିତ ପୁଅର ଏଭଳି ଜଘନ୍ୟକାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଏନେଇ ଭୁବନେଶ୍ବର ଡିସିପି କହିଛନ୍ତି ଯେ, ଋଣଗ୍ରସ୍ତ ହୋଇ ପୁଅ ଅନିରୁଦ୍ଧ ଚୋଧୁରୀ ତାଙ୍କର ୬୮ ବର୍ଷୀୟ ବୃଦ୍ଧ ବାପାକୁ ହତ୍ୟା କରିଛନ୍ତି । ଅନିରୁଦ୍ଧ ଲକ୍ଷାଧିକ ଟଙ୍କାର ଋଣବୋଝ ତଳେ ଦବିଥିଲେ । ଋଣ ଟଙ୍କା ସୁଝିବା ପାଇଁ ବାପାଙ୍କୁ ଟଙ୍କା ମାଗୁଥିଲେ । ସେ ନଦେବାରୁ ଗତକାଲି ରାତିରେ ଘରର ପରିବା କଟା ଛୁରିରେ ତାଙ୍କୁ ଆକ୍ରମଣ କରିଥିଲା । କେୟାରଟେକ ଗୁରୁତର ଅବସ୍ଥାରେ ମେଡିକାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ନୂଆ ଆଇନ BNS ୧୦୩ରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ପୋଲିସ ଘଟଣାସ୍ଥଳରୁ ପାରିପାର୍ଶ୍ବିକ ପ୍ରମାଣ ସଂଗ୍ରହ ସହ ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରିଛି ।

0 Comments