ସମ୍ବଲପୁର - ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଶିବାଳୟ ବେଢ଼ାରେ ଦେବ ଦେବ ମହାଦେବ ଓ ଜଗଜ୍ଜନନୀ ମାତା ପାର୍ବତୀ ସୁନା ଓ ରୂପା ଅଳଙ୍କାର ତଥା ନାନା କିସମର ପୁଷ୍ପରେ ସଜ୍ଜିତ ହୋଇ ସ୍ୱତନ୍ତ୍ର ରଥରେ ନଗର ପରିକ୍ରମା ପାଇଁ ଶୀତଳଷଷ୍ଠୀ ଯାତ୍ରାରେ ବାହାରିଥିଲେ । ଏହି ଉପଲକ୍ଷେ ମନ୍ଦିର ଦ୍ୱାରରେ ସ୍ୱତନ୍ତ୍ର ଆରତୀ ଆୟୋଜନ ହୋଇଥିଲା । ସୋମବାର ସପ୍ତମୀ ତିଥି ଅପରାହ୍ଣରେ ଶୁଭ ଲଗ୍ନରେ ଶ୍ରଦ୍ଧାଳୁଙ୍କୁ ଯୁଗଳଦର୍ଶନ ଦେବା ପରେ ଦେବଦମ୍ପତି ପାଶ୍ୱର୍ ଦେବାଦେବୀଙ୍କ ସହ ରୀତିନୀତି ମ୍ମରେ ମନ୍ଦିର ବିଜେ କରିବେ । ଶିବ ଓ ଶକ୍ତିିଙ୍କ ମିଳନରେ ଧରାପୃଷ୍ଠ ଶାନ୍ତ, ସ୍ନିଗ୍ଧ ଓ ଶୀତଳ ହୁଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି । ଶହ ଶହ ବର୍ଷର ସମ୍ବଲପୁର ଇତିହାସରେ ଆ୍ମାମିôକ ଓ ସଂସ୍କୃତିର ମିଳନରେ ଗାମ୍ଭୀର୍ଯ୍ୟ ସହିତ ଉତ୍ସବର ବାତାବରଣ ଏଥର ମଧ୍ୟ ଶୀତଳଷଷ୍ଠୀକୁ ସରସ ସୁନ୍ଦର କରିଛି । ସୂଚନାଯୋଗ୍ୟ ଯେ, ରବିବାର ବ୍ରହ୍ମମୁହୂର୍ତ୍ତରେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ ଲୌକିକ ରୀତିନୀତିରେ ସମ୍ପନ୍ନ ହେବା ପରେ ଆଜି ସନ୍ଧ୍ୟାରେ ଦେବଦମ୍ପତି ବିବାହ ମଣ୍ଡପରୁ ସ୍ୱ ସ୍ୱ ମନ୍ଦିର ବେଢ଼ାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଭାରତବର୍ଷର ଦ୍ୱିତୀୟ ବୃହତ୍ତମ ଶୋଭାଯାତ୍ରା ତଥା ବିଶ୍ୱପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀରେ ଚଳିତ ବର୍ଷ ମୁଖ୍ୟ ତିନୋଟି ପଡ଼ା ଓ ଅନ୍ୟ କମିଟିର ମୁଖ୍ୟ ଶେ ।ଭାଯାତ୍ରାରେ ପ୍ରାୟ ୧୦ ହଜାର କଳାକାର ଭାଗ ନେଇଛନ୍ତି । ପଶ୍ଚିମ ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରଂପରା, ଲୋକଗୀତ ଓ ଲୋକନୃତ୍ୟର ପ୍ରଚାର ପ୍ରସାର ଓ ସୁରକ୍ଷା ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏଥି ସହିତ କୋଲକାତା, ଉଜ୍ଜେନ୍‌, ରାୟପୁର, ଗୌହାଟୀ, କଟକ, ଭୁବନେଶ୍ୱର, କେରଳ, ମୁମ୍ବାଇ, ଭୋପାଳର ଦଳମାନେ ଏଥର ଶୀତଳଷଷ୍ଠୀ ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଆସିଛନ୍ତି । ଯାତ୍ରା ବାହାରୁଥିବା ବିଭିନ୍ନ ପଡ଼ାର ଛକରେ ସ୍ୱତନ୍ତ୍ର ଆତସବାଜୀର କାର୍ଯ୍ୟକ୍ରମ କରାଯାଇଥିଲା । ଏଥର ଯାତ୍ରାରେ ଦୁଲ୍‌ଦୁଲି ପଞ୍ଚବାଦ୍ୟ ସର୍ମ୍ପଦା, ସଂକୀର୍ତ୍ତନ, ଶଂଖ, ଘଣ୍ଟ, ଗଉଡ଼ ବାଡ଼ି, ପାଇକ ଆଖଡ଼ା, ଘୁମୁରା, କଣ୍ଢେଇ ନାଚ, ଘୋଡ଼ାନାଚ, କରମା ନାଚ ଆଦି ପାରମ୍ପାରିକ ଲୋକକଳାକାରମାନେ ଅଂଶଗ୍ରହଣ କରୁଥିବା ବେଳେ ଆଧୁନିକ ରେକର୍ଡ ଡେନ୍ସ ମ୍ମ ସ୍ଥାନ ପାଇଛି । ପଶ୍ଚିମଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାର କଳାକାରମାନେ ଭିନ୍ନ ଭିନ୍ନ କିସମର ଲୋକ ସାଂସ୍କୃତିକ କାର୍ଯ୍ୟକ୍ରମ ଶୀତଳଷଷ୍ଠୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଏଥର ଇଲୋକ୍ଟ୍ରୋନିକ୍ସ ଲାଇଟ୍ ଓ ଆତସବାଜୀ ସହିତ ଭାରତର ବିଭିନ୍ନ କ୍ଷେପଣାସ୍ତ୍ର, ଟେଙ୍କ, ଏବଂ ପ୍ରାସଙ୍ଗିକ କଥାବସ୍ତୁକୁ ନେଇ କଳାକୁଞ୍ଜ ସ୍ଥାନ ପାଇଥିଲା ।

ଚଳିତ ବର୍ଷ ନନ୍ଦପଡ଼ାର ବାଲୁଙ୍କେଶ୍ୱର ଏବଂ ପାର୍ବତୀଙ୍କ ମେଢ଼ରେ ଦେଢ଼ କ୍ୱିଣ୍ଟାଲ ଓଜନର ରୂପା ନିର୍ମିତ ପରଭା ଶୋଭା ପାଉଛି । ପୂର୍ବରୁ ୧ କିଲୋ ୧୮ ଗ୍ରାମ ବା ୧୦୦ ତୋଳା ଓଜନର ସ୍ୱର୍ଣ୍ଣାଭୂଷଣ (ସୁନାର ଚାଉଁର) ତିଆରି କରାଯାଇଛି । ସେହିପରି ଦେବଦମ୍ପତି ଭଗବାନ ଶିବ ଓ ଭଗବତୀ ପାର୍ବତୀଙ୍କ ବାହନଦ୍ୱୟ ନନ୍ଦି ବୃଷଭ ଓ ସିଂହଙ୍କୁ ସାଢ଼େ ଚାରି ଲକ୍ଷ ଟଙ୍କା

ବ୍ୟୟରେ ଦୁଇ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଓଜନରେ ଅଷ୍ଟଧାତୁରେ ତିିଆର କରାଯାଇଛି ।

ଝାଡ଼ୁଆପଡ଼ାର ଯାତ୍ରାରେ ଚାନ୍ଦୀ ମେଢ଼ରେ ଲୋକନାଥ ଏବଂ ପାର୍ବତୀଙ୍କ ସହିତ ଗୋପୀନାଥ, ପଞ୍ଚବକ୍ର ଏବଂ ରାଧାକୃଷ୍ଣଙ୍କ, ବୀର ହନୁମାନ ବିଗ୍ରହ ବିମାନ ରହିଥିଲେ ।

ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରାରେ ଜାଗେଶ୍ୱର ଏବଂ ପାର୍ବତୀଙ୍କ ମେଢ଼ ସହିତ ଚକ୍ରନାରାୟଣ ସିଂହାସନ, ମୟୂର ସିଂହାସନରେ ବିଗ୍ରହମାନ ରହିଛନ୍ତି । ଏଥର ଦୁଇ କ୍ୟୁଣ୍ଟାଲ ଅଷ୍ଟଧାତୁରେ ଶ୍ରୀରାମଚନ୍ଦ୍ର ଏବଂ ସୀତାଙ୍କ ମୂର୍ତ୍ତି ଏହି ଯାତ୍ରାରେ ସ୍ୱତନ୍ତ୍ର ରଥରେ ଆସୀନ ହୋଇଛନ୍ତି । ଶୋଭାଯାତ୍ରାମାନଙ୍କରେ ପୌରାଣିକ କଥାବସ୍ତୁକୁ ନେଇ ମେଢ଼ମାନଙ୍କରେ ମୂର୍ତ୍ତି ଏବଂ ସାମୟିକ ସନ୍ଦର୍ଭ ଓ ସାମାଜିକ ବାର୍ତ୍ତା ଆଧାରିତ ପ୍ରଜ୍ଞାପନ ମେଢ଼ ସାମିଲ କରାଯାଇଛି ।

ଏହାସହିତ ବାଲିବନ୍ଧାର ଶ୍ରୀଶ୍ରୀ ସେ ।ମେଶ୍ୱର ବାବା, ମାନେଶ୍ୱରର ମାନ୍‌ଧାତା ବାବା, ଦୁର୍ଗାପାଲିର ଗୁଡ଼େଶ୍ୱର, ବଡ଼ବଜାର ଶୀତଳେଶ୍ୱର, ଠାକୁରପଡ଼ାର ଗୁପ୍ତେଶ୍ୱର, ସିନ୍ଦୁରପଙ୍କର ତାରକେଶ୍ୱର, ରାଣୀବନ୍ଧର ରାମେଶ୍ୱର, ଗେଇଟୀ ରେ ।ଡ଼ର ଭୁବନେଶ୍ୱର, ଧନକଉଡ଼ାର ଚନ୍ଦ୍ରଶେଖର, ବୁଢ଼ାରଜାର କେ ।ଶଳେଶ୍ୱର, ହୀରାକୁଦର ନୀଳକଣ୍ଠେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଛି । ସେହିଭଳି ମ୍ୟୁନିସିପାଲଟି ଛକ ଗୁପ୍ତେଶ୍ୱର ମାନସ ମନ୍ଦିରରେ ବିବାହ ପରେ ମହାଦେବ-ପାର୍ବତୀ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ଯାତ୍ରା ସମୟରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ଟ୍ୟାଙ୍କରର ବ୍ୟବସ୍ଥା ହୋଇଥିବାବେଳେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ସହରର ସ୍ଥାନେ ସ୍ଥାନେ ଦୁଇଦିନ ପାଇଁ ଆଜିଠାରୁ ଥଣ୍ଡା ପାନୀୟ ଜଳ, ସରବତ ଓ ଖାଦ୍ୟ ବିତରଣ କରାଯାଉଛି ।

ଅନ୍ୟପକ୍ଷରେ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପେଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ସେହିଭଳି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ପୂର୍ବରୁ ମହାନଗର ନିଗମ ପକ୍ଷରୁ ସହରର ମୁଖ୍ୟ ରାସ୍ତାଘାଟ ଓ ନଦୀ ଘାଟ ସଫେଇ କରିବା ସହ ବ୍ଲିଚିଂ ପାଉଡ଼ର ସିଞ୍ଚନ କରାଯାଇଥିଲା ।

0 Comments