କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କହିଛନ୍ତି, ସମ୍ବଲପୁରର ଅପାର ସମ୍ଭାବନାକୁ ଉପଯୋଗ କରି ଜିଲ୍ଲାକୁ ଶିଳ୍ପ ଓ ବ୍ୟବସାୟର ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ଆମେ ଯୋଜନା କରିବା ଦରକାର। ସମ୍ବଲପୁର ଠାରେ ଚାମ୍ବର ଅଫ୍ କମର୍ସ ବୈଠକରେ ଯୋଗଦେଇ ସମ୍ବଲପୁରରେ ଥିବା ଶିଳ୍ପ ଓ ବ୍ୟବସାୟର ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି କଳା, ସଂସ୍କୃତି ଓ ପୁରାତନ ସଭ୍ୟତାର ସହର ହେଉଛି ସମ୍ବଲପୁର। ସମ୍ବଲପୁରର ମୂଳ ଅର୍ଥନୀତି ହେଉଛି ଟ୍ରେଡିଂ ବା ବାଣିଜ୍ୟ। ଜିଲ୍ଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖ

ଏଠାରେ କେବଳ ଶିଳ୍ପ ନୁହେଁ ବରଂ ସ୍ଥାନୀୟ ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ପରିବର୍ତ୍ତନ କରିବା ପାଇଁ ପଡ଼ିବ। ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ସହ ସଡ଼କପଥ ଭିତ୍ତିଭୂମିକୁ ମଜଭୂତ୍ କରିବା ପାଇଁ ପଡିବ।  

ହୀରାକୁଦ ବନ୍ଧର ନବୀକରଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଦେବ୍ରୀଗଡ଼ ଅଭୟାରଣ୍ୟ ସମେତ ସମ୍ବଲପୁରର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ କରିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢାଇବା ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ଚାମ୍ବର ଅଫ୍ କମର୍ସ ମଧ୍ୟ ସହଯୋଗୀ ହେବା ଦରକାର। ଏକବିଂଶ ଶତାବ୍ଦୀରେ ସମ୍ବଲପୁରକୁ ଆଧୁନିକ ଓ ଶିଳ୍ପଭିତ୍ତିକ ସହରରେ ପରିଣତ କରିବା ଦିଗରେ ଚାମ୍ବର ଅଫ୍ କମର୍ସ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ଦରକାର ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି।   

0 Comments