ଓଡିଶା ବିଜ୍ଞାନ ମଣ୍ଡଳ, ସମ୍ବଲପୁର ଓ ଭୀମଭୋଇ ମହାବିଦ୍ୟାଳୟ ର ମିଳିତ ଆନୁକୁଲ୍ୟରେ ଦୁଇ ଦିବସୀୟ ଜାତୀୟ ସଂପାନ ଉଦଯାପିତ ହୋଇ ଯାଇଛି। ଆଦି ପୂର୍ବାହ୍ନରେ ପ୍ରତିଭାଗୀମାନେ ପୋଷ୍ଚର ମାଧ୍ୟମରେ ଗବେଷଣାତ୍ମକ ନିବନ୍ଧ ପ୍ରତିବେଦନ କରିଥିଲେ। ଦ୍ୱିତୀୟ ସତ୍ରରେ ନିମନ୍ତ୍ରିତ ବକ୍ତା ଭାବେ ଯୋଗଦେଇ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ଯ ଓ ବିଜ୍ଞାନ ଭାରତୀର ସଂପାନ ବିଭାଗ(ମଣ୍ଡଳ) ର ପ୍ରାନ୍ତ ସଂପାଦକ ଡଃ ରଜତ କୁମାର ପ୍ରଧାନ ମାନବୀୟ ଅବବୋଧ (କନସସନେସ)ର ତାତ୍ତ୍ବିକ ଦିଗ ଉପରେ ବକ୍ତବ୍ଯ ରଖିଥିଲେ। ମାନବୀୟ ଅବବୋଧ କିପରି କ୍ୱାଣ୍ଟମ ନିୟମଦ୍ୱାରା ପରିଚାଳିତ ତାର ତାତ୍ତ୍ବିକ ଅବଧାରଣା ସେ ବର୍ଣ୍ଣନା କରିଥିଲେ। ସେ କହିଲେ ପାଶ୍ଚାତ୍ୟ ସଭ୍ଯତା ଭୌତିକ ବିକାଶ ପାଇଁ ଗବେଷଣା କରୁଥିବାବେଳେ ମହାଭାରତୀୟ ଜ୍ଞାନ ପରମ୍ପରା ଚେତନାର ଉତ୍ତରଣ ପାଇଁ ସତତ
୍ରଚେଷ୍ଟା କରିଆସିଛି।ଭୀମଭୋଇ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ଯାପକ ଅରୁଣ କୁମାର ଶାସନୀ ଏହି ସତ୍ରରେ ଅଧ୍ଯକ୍ଷତା କରିଥିଲେ। ସମାରୋପ ସତ୍ରରେ ମୁଖ୍ଯ ଅତିଥି ରୂପେ ଯୋଗଦେଇ ବିଜ୍ଞାନ ଭାରତୀର ସଂପାନ ବିଭାଗର ପ୍ରାନ୍ତ ସଭାପତି ଓ ଭିସୁଟ, ବୁର୍ଲାର ପ୍ରଫେସର ଓ ଅଧିଷ୍ଠାତା ଡଃ ସଞ୍ଜୟ କୁମାର ପାତ୍ର କହିଲେ ୨୪ କ୍ଯାରେଟ ସୁନା କଣ ବ୍ଯବହାରରେ ଆସେ? ୨୨ କ୍ଯାରେଟ ସୁନା, ଯାହା ଖାଦଯୁକ୍ତ ତାହା ଅଳଙ୍କାର ପ୍ରସ୍ତୁତିରେ ଉପଯୋଗୀ ସାବ୍ଯସ୍ତ ହୁଏ। ଏହିପରି ବିଦ୍ଯା ଓ ଅବିଦ୍ୟାର ସୁଷମ ମିଶ୍ରଣ ମଣିଷକୁ ମହାନ କରି ଗଢିତୋଳେ। ଇଶାବାସ୍ଯ ଉପନିଷଦରେ ଏଇ କଥା ତ କୁହାଯାଇଛି। କାର୍ଯ୍ଯକ୍ରମରେ ସଭାପତିତ୍ୱତା କରି ବରିଷ୍ଠ ପ୍ରାଧ୍ଯାପକ ଅକ୍ଷୟ କୁମାର କର ପ୍ରତିଭାଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ସଂପାନର ସଂଗଠନ ସଂପାଦକ ଅରୁଣ କୁମାର ଶାସନି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଓଡିଶା ବିଜ୍ଞାନ ମଣ୍ଡଳର ସମ୍ବଲପୁର ସମ୍ପାଦକ ଡଃ ଅନୁପମା ସ୍ୱାଇଁ ଧନ୍ଯବାଦ ଅର୍ପଣ କରିଥିଲେ। ପ୍ରାଧ୍ଯାପକ ଅଞ୍ଜନ କୁମାର ମିଶ୍ର, ଅଧ୍ଯାପକ ମନୋରଞ୍ଜନ ମହାନ୍ତ, ଉଦୟନାଥ ପ୍ରଧାନ ଓ ଡଃ ପ୍ରିୟଦର୍ଶୀ ଯୋଶୀ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ।