: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ସମ୍ବଲପୁର:
ଆସନ୍ତା ଡିସେମ୍ବର 30 ତାରିଖରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଗସ୍ତ ସମୟରେ ଶହୀଦ ଛବିଲ ସାଏଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଶାହ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି l ଶାହଙ୍କ ଗସ୍ତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିି l
ଏହି ଦିନିକିଆ ଗସ୍ତରେ ସେ ପ୍ରଥମେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ଦର୍ଶନ କରିବେ । ପରେ କୁଦପାଲିରେ ଥିବା ରକ୍ତତୀର୍ଥ, ସ୍ୱାଧୀନତା ସଂଗ୍ରାମୀ ତଥା ବୀର ସୁରେନ୍ଦ୍ର ସାଏଙ୍କ ଭାଈ ଶହୀଦ ଛବିଲ ସାଏଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ l ଏହାସହ ଏହି କାର୍ଯ୍ୟକ୍ରମରେ ସେ ଛବିଲ ସାଏଙ୍କ ସଂଘର୍ଷପୂର୍ଣ୍ଣ ଜୀବନୀ ଓ ବଳିଦାନ ଉପରେ ଆଧାରିତ ଏକ ପୁସ୍ତିକା ମଧ୍ୟ ଉନ୍ମୋଚନ କରିବେ ।
ଶାହଙ୍କ ଗସ୍ତ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଏସଏମସି କମିଶନର ବେଦଭୂଷଣ, ଏସ.ପି. ମୁକେଶ ଭାମୁ ପ୍ରମୁଖ କୁଦପାଲି ଗାଁକୁ ଯାଇ ଗସ୍ତର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି l