ସମ୍ବଲପୁର: ପୁଣି ବିବାଦରେ ଜୟନାରାୟଣ । "No state anthem ରାଜ୍ୟରେ କୌଣସି ଏନ୍ଥେମ ହୋଇପାରିବ ନାହିଁ, Only national anthem l" ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ବର୍ତ୍ତମାନ ବିବାଦ ଘେରକୁ ଆସିଛନ୍ତି ବିଜେପିର ଜଣେ ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର l ଆଜି ସମ୍ବଲପୁର
ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ବଣ୍ଟନ ପ୍ରଦାନ ଉତ୍ସବରେ ଯୋଗ ଦେଇ ଏଭଳି କିଛି ମନ୍ତବ୍ୟ ଦେଇଥିଲେ ଜୟନାରାୟଣ । ବର୍ତ୍ତମାନ ଯାହା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଏପରି କି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ "ବନ୍ଦେ ଉତ୍କଳ ଜନନୀ "ଗାନ ସମୟରେ ମଞ୍ଚରେ ଉପସ୍ଥିତ ସମସ୍ତ ବ୍ୟକ୍ତି ନିଜ ସିଟରୁ ଉଠିଯାଇଥିବା ବେଳେ କିନ୍ତୁ ଜୟନାରାୟଣ ନିଜ ସିଟରେ ବସି ରହିଥିବା ଦେଖିବାକୁ ମିଳିଥିଲା l ଏହା ପରେ ବିଧାୟକ ଜୟନାରାୟଣ ମିଶ୍ର ନିଜ ଅଭିଭାଷଣ କହିଥିଲେ "No State Anthem, ରାଜ୍ୟରେ କୌଣସି ଏନ୍ଥେମ ହୋଇ ପାରିବ ନାହିଁ । Only National Anthem l ତାପରେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ "ବନ୍ଦେ ଉତ୍କଳ ଜନନୀ" ବଜେଇବାର ତାତ୍ପର୍ଯ୍ୟ କ'ଣ ମୁଁ ବୁଝି ପାରୁନି l ଆଉ ଯଦି ବଜାଉଛନ୍ତି ତାହେଲେ ଜାଣି ରଖିବା କଥା ସମ୍ବଲପୁର ଅଞ୍ଚଳର ଲୋକମାନଙ୍କୁ ଯେ ଉତ୍କଳ କହିଲେ କେବଳ କଟକ, ପୁରୀ, ବାଲେଶ୍ୱର l ଉତ୍କଳ, କୋଶଲ,କଳିଙ୍ଗ ମିଶିକି ଓଡ଼ିଶା ପ୍ରଦେଶ ଗଠନ ହୋଇଛି l"
ସେ ଏହା ମଧ୍ୟ କହିଛନ୍ତି," କେବଳ ଉତ୍କଳର ଜୟଗାନ ଗାଇବ ଓ କଳିଙ୍ଗ ଓ କୋଶଲର ଜୟଗାନ କାହିଁକି ହେବ ନାହିଁ । ଏଟା ଏଥିପାଇଁ କହୁଛି ଯେ ଏଟା ଗୋଟିଏ ମାନସିକତା । ଆମକୁ ତୁମେ ଶୋଷଣ କରୁଛ, ଆମର ଅର୍ଥ, ଆମର ଖଣି, ଆମର ଚାଷ , ଆମର ଜଙ୍ଗଲ, ସବୁଥିରେ ତୁମେ ଆମକୁ ଶୋଷଣ କଲ l ଚାକିରି ବାକିରି ସବୁଥିରେ । ଆଉ ଆଜି ତୁମେ ସଂସ୍କୃତିକ କ୍ଷେତ୍ରରେ ବି ଆମକୁ Exploit କରିବାକୁ ଚାହୁଁଛ l ଏଟା କି କଥା ? ଆମେ ଓଡିଶା ପ୍ରଦେଶରେ ମିଶିଛୁ l ଓଡ଼ିଶା ପ୍ରଦେଶରେ ମିଶିବା ପାଇଁ ଆନ୍ଦୋଳନରେ ବି ସାମିଲ ହୋଇଥିଲୁ l କିନ୍ତୁ ଓଡିଶାରେ ମିଶିକରି ସବୁଠୁ ବଡ଼ ଭୁଲ ହେଲା । ଯେ ଆମେ ଓଡ଼ିଶା ପ୍ରଦେଶରେ ମିଶିଲୁ l ଏହା ଆମର ଗୋଟିଏ ଐତିହାସିକ ଭୁଲ l ଆଉ ଐତିହାସିକ ଭୁଲକୁ ଆମେ ବାରମ୍ବାର କହୁଛୁ l " ସେପଟେ ଏହାକୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।"