ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ପାଳିବାକୁ ଯାଉଛି 79ତମ ସ୍ବାଧୀନତା ଦିବସ । ଏହି ଅବସରରେ ଦେଶ ପ୍ରତି ନିଜର ତ୍ୟାଗ, ସାହାସିକତା ଓ ବଳିଦାନର ଅଦ୍ବିତୀୟ ଉଦାହରଣ ସୃଷ୍ଟି କରିଥିବା ବୀରମାନଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିବେ । ଦେଶ ପାଇଁ ନିସ୍ବାର୍ଥ ସେବା ଓ ସାହାସିକତା ପରିଚୟ ଦେଇ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି 31 ଓଡିଆ । ପୋଲିସ ସେବା, ଅଗ୍ନିଶମ, ଗୃହରକ୍ଷୀ ଓ ସିଭିଲ ଡିଫେନ୍ସ ତଥା ସଂଶୋଧନ ସେବା କ୍ଷେତ୍ରରେ ଚମକିଛନ୍ତି ଓଡ଼ିଆ । ଏନେଇ ସାରା ରାଜ୍ୟର ଛାତି ଗର୍ବରେ ଫୁଲିଉଠିଛି ।
ଆସନ୍ତାକାଲି ଦେଶ ପାଳିତ ସ୍ବାଧୀନତାର 79ତମ ବର୍ଷ । ରାଜଧାନୀ ଦିଲ୍ଲୀସ୍ଥିତ ଲାଲକିଲ୍ଲା ଠାରେ ଭବ୍ୟ ଆଡ଼ମ୍ବର ସହିତ ଦେଶର ସ୍ବାଧୀନତା ଦିବସ ସମାରୋହ ଆୟୋଜିତ ହେବ । ଏହି ଅବସରରେ ପୋଲିସ, ଅଗ୍ନିଶମ(Fire), ଗୃହରକ୍ଷୀ(Home Guard), ସିଭିଲ ଡିଫେନ୍ସ (HG&CD) ଏବଂ ସଂଶୋଧନ ସେବାରେ ଥିବା ମୋଟ 1090 ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ପ୍ରଦାନ କରାଯିବ । ତନ୍ମଧ୍ୟରୁ ୨୩୩ ଜଣଙ୍କୁ ସାହାସିକତା ପାଇଁ ପଦକ (Gallantry Medal), ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ (Medal for Distinguished Service) ଏବଂ ୭୫୮ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ(Medal for Meritorious Service) ପ୍ରଦାନ କରାଯିବ ।
ସ୍ବାଧୀନତା ଦିବସ ଅବସରରେ ସମୁଦାୟ
-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 21px !important;">୨୩୩ ଜଣ
ଅଧିକାରୀ ସାହାସିକତା ପାଇଁ ଏହି ସମ୍ମାନଜନକ ପଦକ ଗ୍ରହଣ କରିବେ । ତନ୍ମଧ୍ୟରୁ ଓଡ଼ିଶାରୁ 9 ଜଣ ଅଧିକାରୀ ଏହି ପଦକ ପାଇବେ ।
ଦେଶ ପାଇଁ ଅସାଧାରଣ ଓ ଅଦ୍ବିତୀୟ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ସମୁଦାୟ 758ଜଣ ଅଧିକାରୀ ଏହି ପଦକ ଗ୍ରହଣ କରିବେ । ତନ୍ମଧ୍ୟରୁ ଓଡିଶାରୁ ପୋଲିସ ସେବାରେ 11 ଜଣ, ଅଗ୍ନିଶମ ବିଭାଗରେ 2 ଜଣ, ଗୃହରକ୍ଷୀ ଓ ସିଭିଲ ଡିଫେନ୍ସ ବିଭାଗରେ 3 ଜଣ ଓ ସଂଶୋଧନ ସେବାରେ 3 ଜଣ ଏହି ସମ୍ମାନ ଗ୍ରହଣ କରିବେ ।