ନୂଆଦିଲ୍ଲୀ: ସାରା ଦେଶରେ ଏବେ ଚର୍ଚ୍ଚାରେ ବିହାର ସିୱାନ ଜିଲ୍ଲାର 35 ବର୍ଷୀୟା 'ମିନ୍ତା ଦେବୀ' । କାରଣ ସେ ଜାଣି ନାହାଁନ୍ତି ତାଙ୍କୁ କୁଆଡେ '124 ବର୍ଷ' । ବିହାରରେ ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନ-2025 (SIR)ର ଏକ ଅଂଶ ଭାବରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ୧୨୪ ବର୍ଷୀୟା ଭୋଟର ଭାବରେ ସେ ତାଲିକାଭୁକ୍ତ ହୋଇଛନ୍ତି । ଆଉ ଏହାକୁ ନେଇ ଦେଶରେ ଉଠିଛି ରାଜନୈତିକ ଝଡ । ବିରୋଧୀ ଦଳ କଂଗ୍ରେସ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ୍ କରି ଭୋଟର ଲିଷ୍ଟ ଜାଲିଆତି ହୋଇଥିବା ସଙ୍ଗୀନ ଅଭିଯୋଗ ଆଣିଛି । ଖାଲି ସେତିକି ନୁହେଁ, ସାଂସଦମାନେ ବିଶେଷ କରି ଇଣ୍ଡି ମେଣ୍ଟର ସାଂସଦମାନେ ‘ମିନ୍ତା ଦେବୀ’ଙ୍କ ଫଟୋ ଥିବା ଟି-ଶାର୍ଟ ପିନ୍ଧି ଗର୍ଜନ କରିଛନ୍ତି ।

କର୍ଣ୍ଣାଟକାରେ ଭୋଟ ଚୋରି ପରେ ବିହାର ଭୋଟର ତାଲିକାରେ ଗଡବଡି ହୋଇଥିବା ଅଭିଯୋଗରେ ଦିଲ୍ଲୀରେ ଆଜି ପୁଣି ରଣହୁଙ୍କାର ଦେଇଛନ୍ତି ବିରୋଧୀ । ଇଣ୍ଡିମେଣ୍ଟର ସାଂସଦମାନେ ସଂସଦ ହାଉସ କମ୍ପ୍ଲେକ୍ସରେ ‘ମିନ୍ତା ଦେବୀ’ଙ୍କ ଫଟୋ ଓ ନାମ ଲେଖା ଥିବା ଟି-ଶାର୍ଟ ପିନ୍ଧି ଭୋଟ ଜାଲିଆତିର ଅଭିଯୋଗ ଆଣି ଗର୍ଜିଛନ୍ତି । ଧଳା ରଙ୍ଗର ଟି-ଶାର୍ଟର ସାମ୍ନାରେ ମିନ୍ତା ଦେବୀଙ୍କ ଫଟୋ ରହିଥିବା ବେଳେ ପଛରେ '୧୨୪ ନଟ ଆଉଟ' ଲେଖା ଯାଇଛି।

ମିନ୍ତା ଦେବୀ’ଙ୍କୁ ତାଲିକାରେ ପ୍ରଥମଥରର ମତଦାତା ବୋଲି ଦର୍ଶାଯାଇଛି । ଆଉ ଆଧାର କରି ବିରୋଧୀ ବିହାରରେ ଚାଲିଥିବା ସ୍ପେଶାଲ ଇଣ୍ଟନେସିଭ ରିଭିଜନ ବା ଏସଆଇଆର କାର୍ଯ୍ୟକ୍ରମକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ସଂସଦ ପରିସରରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ବିରୋଧୀ ନେତା ଏବଂ ସାଂସଦମାନେ SIR ଡ୍ରାଫ୍ଟ ଭୋଟର ତାଲିକାରେ ଥିବା ତ୍ରୁଟିଗୁଡ଼ିକୁ ଏକ ଅନନ୍ୟ ଉପାୟରେ ପ୍ରଦର୍ଶନ କରିଥିଲେ ।

ଭୋଟର ତାଲିକାରେ ସ୍ୱଚ୍ଛତାର ଅଭାବ ଏବଂ ଘର ଘର ସର୍ଭେ ମାଧ୍ୟମରେ ଭୋଟରମାନଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ ଏବଂ ଯୁକ୍ତି ଦେଇଥିଲେ ଯେ ଯଦି ଏହା ପ୍ରକୃତରେ ଏବଂ ସଠିକ୍ ଭାବରେ କରାଯାଇଥାନ୍ତା ତେବେ ‘ମିନ୍ତା ଦେବୀ’ଙ୍କ ପରି ତ୍ରୁଟି ଘଟିନଥାନ୍ତା ।

-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; margin: 0px 0px 20px; padding-left: 20px; padding-right: 20px; float: left; clear: both; line-height: 28px; width: 384px; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 20px !important;">ଧନଞ୍ଜୟ କୁମାର ସିଂହଙ୍କ ପତ୍ନୀ ‘ମିନ୍ତା ଦେବୀ’ ସିୱାନର ସିୱାନ ବ୍ଲକର ସିୱା କଲାନ ପଞ୍ଚାୟତ ଅନ୍ତର୍ଗତ ଅର୍ଜନୀପୁର ଗ୍ରାମର ବାସିନ୍ଦା । ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ଦାରୁଣ୍ଡା । ସେ ମଧ୍ୟ ଏସଆଇଆର କାର୍ଯ୍ୟକ୍ରମରେ ତାଙ୍କ ବୟସ ଦେଖିବା ପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । SIR ଡ୍ରାଫ୍ଟ ଭୋଟର ତାଲିକାରେ ତାଙ୍କର ନିର୍ବାଚନ ଫଟୋ ପରିଚୟ ପତ୍ର (EPIC) TSN3400439 ଭାବରେ ତାଲିକାଭୁକ୍ତ କରାଯାଇଛି । ତେବେ ତାଙ୍କ ସ୍ୱାମୀଙ୍କ ନାମ ପଞ୍ଜିକରଣ କରିବା ସହିତ ଘର ନମ୍ବର ଭାବରେ ସ୍ୱାମୀଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି ।

"ଏହା କିପରି ହେଲା ମୁଁ ଜାଣିନାହିଁ ଏବଂ ଭୋଟର ତାଲିକାରେ ମୋର ବୟସ 124 ଲେଖାଯାଇଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ଅନଲାଇନରେ ଗଣନା ଫର୍ମ ପୂରଣ କରିଥିଲି ଏବଂ ଏବେ ଏହାକୁ ସଂଶୋଧନ କରିବାକୁ ଚେଷ୍ଟା କରୁଛି," ‘ମିନ୍ତା ଦେବୀ’ କହିଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି ଯେ 'ଗୋଟିଏ ବ୍ୟକ୍ତି, ଗୋଟିଏ ଭୋଟ' କାର୍ଯ୍ୟକାରୀ କରିବା ନିର୍ବାଚନ କମିଶନର କର୍ତ୍ତବ୍ୟ ଏବଂ ସେମାନେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିନାହାଁନ୍ତି। ସେ କହିଛନ୍ତି, "ତେଣୁ ଆମେ ସମ୍ବିଧାନକୁ ସୁରକ୍ଷା ଦେଉଛୁ ଏବଂ ଏହା କରି ଚାଲିବୁ। ଆମେ ପଛକୁ ହଟିବୁ ନାହିଁ ।" କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ମଧ୍ୟ କହିଛନ୍ତି ଯେ ଏପରି ଅନେକ ମାମଲା ଅଛି ଯେଉଁଥିରେ ସମ୍ପର୍କୀୟଙ୍କ ଠିକଣା ଏବଂ ନାମ ଇତ୍ୟାଦି ସବୁ ନକଲି ।

0 Comments