ନୂଆଦିଲ୍ଲୀ: ରାହୁଲଙ୍କ ଉପରେ ସୁପ୍ରିମ ଛାଟ । ଗଲବାନ ଘାଟିରେ ଭାରତ-ଚୀନ ସେନା ମୁହାଁମୁହିଁ
ଘଟଣାକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ବୟାନ ଉପରେ ଜୋରଦାର ବର୍ଷିଛନ୍ତି ସୁପ୍ରିମକୋର୍ଟ । 'ଯଦି ଜଣେ ସଚ୍ଚା ଭାରତୀୟ ହୋଇଥିବେ ତେବେ ଆପଣ ଏମିତି କହିବେନି...'ଏମିତି କହି ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି ସୁପ୍ରିମ କୋର୍ଟ ।
ଭାରତ ଯୋଡ ଯାତ୍ରା ସମୟରେ ଭାରତୀୟ ସେନା ବିଷୟରେ ଅପମାନଜନକ ଟିପ୍ପଣୀ ଦେଇଥିଲେ ରାହୁଲ ଗାନ୍ଧୀ । ଏପରି ବୟାନକୁ ନେଇ ଭର୍ତ୍ସନା କରିଛନ୍ତି କୋର୍ଟ । ଚୀନ ଭାରତୀୟ ଜମି ନିଜ କବ୍ଜାକୁ ନେଇ ଯାଇଥିବା ସମ୍ବନ୍ଧୀୟ ବୟାନ ଉପରେ କଡା ଟିପ୍ପଣୀ ଦେଇ ସୁପ୍ରିମ କୋର୍ଟ କହିଛନ୍ତି, 'ଆପଣ ଏହି ପ୍ରସଙ୍ଗ ସଂସଦରେ ଉଠାଇବାକୁ କିଏ ମନା କରିଥିଲା ? ଏନେଇ ଆପଣଙ୍କ ପାଖେ କିଛି ପ୍ରମାଣ ରହିଛି ? ବିଶ୍ୱାସଯୋଗ୍ୟା ପ୍ରମାଣ ନ ରଖି ଆପଣ ଏପରି ମନ୍ତବ୍ୟ କିପରି ଦେଉଛନ୍ତି' ବୋଲି ସୁପ୍ରିମକୋର୍ଟ ଭର୍ସନା କରି କହିଛନ୍ତି ।
ଏହି ମାମଲାର ଶୁଣାଣି ଜଷ୍ଟିସ ଦୀପଙ୍କର ଦତ୍ତା ଏବଂ ନ୍ୟାୟମୂର୍ତ୍ତି ଏ.ଜି.ମସିହ ଖଣ୍ଡପୀଠ କରୁଥିଲେ । ବରିଷ୍ଠ ଓକିଲ ଏ.ଏମ. ସଂଘାବୀ କୋର୍ଟରେ ରାହୁଲ ଗାନ୍ଧୀଙ୍କ ପ୍ରତିନିଧିତ୍ବ କରୁଥିଲେ । ସେ ରାହୁଲଙ୍କ ବୟାନ ଉପସ୍ଥାପନ କରି କହିଥିଲେ, ଯଦି ସେ ଏପରି ବୟାନ ନ ଦେବେ, ତେବେ ସେ ବିରୋଧୀ ଦଳ ନେତା ହୋଇପାରିବେ ନାହିଁ । ସେ କୋର୍ଟଙ୍କୁ ନିଜ ମହକିଲଙ୍କ ବୟାନ ଯାଞ୍ଚ କରିବାକୁ ନିବେଦନ କରିଥିଲେ ।
ଏହାର ଉତ୍ତରରେ ନ୍ୟାୟମୂର୍ତ୍ତି କହିଥିଲେ, 'ଡ. ସାଙ୍ଗଭି, ଆପଣଙ୍କର ଯାହା କହିବାର ଅଛି କୁହନ୍ତୁ । କିନ୍ତୁ ଏସବୁ ଆପଣ ସଂସଦରେ କାହିଁକି କହୁ ନାହାନ୍ତି ? ସୋସିଆଲ ମେଡିଆ ପୋଷ୍ଟରେ ଏସବୁ କାହିଁକି କହୁଛନ୍ତି ?'