ବ୍ୟୁରୋ: ରାଜନୈତିକ ଦଳ ଉପରେ ଭାରତୀୟ ନିର୍ବାଚନ ଆୟୋଗ (Election Commission Of India)ଙ୍କ ତଗଡ଼ା ଆକ୍ସନ । ଓଡ଼ିଶାର 5 ରାଜନୈତିକ ଦଳ ସମେତ ଦେଶର 334ଟି ରାଜନୈତିକ ଦଳର ମାନ୍ୟତା ରବ୍ଦ କରିଛନ୍ତି ନିର୍ବାଚନ ଆୟୋଗ (Election Commission)। ରାଜନୈତିକ ଦଳମାନଙ୍କ ମାନ୍ୟତା ରବ୍ଦ କରାଯିବା ପରେ ସେମାନଙ୍କୁ ମିଳିଥିବା ଦଳୀୟ ଚିହ୍ନ ଏବଂ ଅନ୍ୟାନ୍ୟ ସୁବିଧାର ଲାଭ ଉଠାଇପାରିବେ ନାହିଁ । ଏହା ସହିତ ନିର୍ବାଚନ ମଧ୍ୟ ଲଢିପାରିବେ ନାହିଁ ।
ଭାରତୀୟ ନିର୍ବାଚନ ଆୟୋଗ ଦ୍ବାରା ଜାରି କରାଯାଇଥିବା ସୂଚନା ମୁତାବକ, ଜନପ୍ରତିନିଧିତ୍ବ ଅଧିନିୟମ (Representation of the People Act), 1951ର ଧାରା ଅନ୍ତର୍ଗତ 29B ଓ 29C, ଆୟକର ଅଧିନିୟମ, 1961 ଓ ନିର୍ବାଚନ ସିମ୍ବଲ (Reservation and Allotment) ଆଦେଶ, 1988ର ପ୍ରବଧାନ ଅନୁଯାୟୀ, ବ୍ୟାନ କରାଯାଇଥିବା ଦଳଗୁଡ଼ିକ କୌଣସି ସୁବିଧାର ଲାଭ ଉଠାଇପାରିବେ ନାହିଁ । ତେବେ ନିର୍ବାଚନ ଆୟୋଗର ଏହି ଆଦେଶ ବିରୁଦ୍ଧରେ ରାଜନୈତିକ ଦଳ ପକ୍ଷରୁ 30 ଦିନ ମଧ୍ୟରେ କମିଶନଙ୍କ ନିକଟରେ ଆବେଦନ କରାଯାଇପାରିବ ।
ଦେଶରେ ଥିବା ରାଜନୈତିକ ଦଳଗୁଡ଼ିକ, ରାଷ୍ଟ୍ରୀୟ କିମ୍ବା ରାଜ୍ୟ କିମ୍ବା RUPP ଅର୍ଥାତ ପଞ୍ଜିକୃତ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ, ଜନ ପ୍ରତିନିଧିତ୍ୱ ଆଇନ, 1951ର ଧାରା 29Aର ବ୍ୟବସ୍ଥା ଅନୁଯାୟୀ, ନିର୍ବାଚନ କମିଶନଙ୍କ ନିକଟରେ ପଞ୍ଜିକୃତ ହୋଇଥାନ୍ତି । ବର୍ତ୍ତମାନ, ଦେଶର 6ଟି ଜାତୀୟ ଦଳ, 67ଟି ରାଜ୍ୟ ଦଳ ବା ଆଞ୍ଚଳିକ ଦଳ ଏବଂ 2854ଟି ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଅର୍ଥାତ୍ RUPP ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ପଞ୍ଜିକୃତ କରିଛନ୍ତି ।
ଭାରତୀୟ ନିର୍ବାଚନ ଆୟୋଗ ଦ୍ବାରା କରାଯାଇଥିବା ଏହି ମାନ୍ୟତା ବାତିଲ ଅଭିଯାନରେ ଓଡ଼ିଶାର 5ଟି ରାଜନୈତିକ ଦଳ ସାମିଲ ରହିଛନ୍ତି । ମାନ୍ୟତା ରବ୍ଦ ହେବା ପରେ ଏହି ରାଜନୈତିକ ଦଳଗୁଡିକ ଏବେ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ । ଓଡ଼ିଶାରେ ବ୍ୟାନ କରାଯାଇଥିବା ରାଜନୈଚିକ ଦଳ ଗୁଡ଼ିକ ହେଲେ -
ରାଜନୈତିକ ଦଳର ନାମ |
ରେଜିଷ୍ଟ୍ରେସନ ସ୍ଥାନ |
drop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; padding: 0.25em; text-align: center;">ବୀର ଓଡ଼ିଆ ପାର୍ଟି (Bira Oriya Party) |
କଟକ |
ଓଡ଼ିଶା ସୋସିଆଲିଷ୍ଟ ପାର୍ଟି (Orissa Socialist Party) |
କଟକ |
ପିପୁଲ୍ସ ପାର୍ଟି ଅଫ୍ ଇଣ୍ଡିଆ (People's Party of India (Secular)) |
ଶୈଳେଶ୍ରୀ ବିହାର, ଚନ୍ଦ୍ରଶେଖରପୁର |
ସୋସିଆଲିଷ୍ଟ ୱାର୍କର୍ସ ପାର୍ଟି ଓଡ଼ିଶା (Socialist Workers Party) |
ଜିଜିପି କଲୋନୀ, ଭୁବନେଶ୍ବର |
ଉତ୍କଳ ଭାରତ ଓଡିଶା (Utkal Bharat) |
ଜିଜିପି କଲୋନୀ, ଭୁବନେଶ୍ବର |